ଗ୍ରୀନ କ୍ଲିନ୍ ହେବ ବୌଦ୍ଧ ଜିଲ୍ଲା : ସୂଚନା ଦେଲେ ବୌଦ୍ଧ ଏସପି ରାଜ ପ୍ରସାଦ

0
89
ଗ୍ରୀନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୭/୦୪) : ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ର ଭୂସ୍ବର୍ଗ କୁହାଯାଉଥିବା ବେଳେ ଏବେ ନୂତନ ଭାବେ ଯୋଗ ଦେଇଥିବା ଏସପି ରାଜ ପ୍ରସାଦ ଉକ୍ତ ଜିଲ୍ଲାକୁ ଗ୍ରୀନ କ୍ଲିନ୍ କରିବାକୁ ଅଣ୍ଟା ଭିଡିଛନ୍ତି ।WhatsApp Image 2023 04 26 at 13.41.12 1 ଗ୍ରୀନ କ୍ଲିନ୍ ହେବ ବୌଦ୍ଧ ଜିଲ୍ଲା : ସୂଚନା ଦେଲେ ବୌଦ୍ଧ ଏସପି ରାଜ ପ୍ରସାଦ

ଗ୍ରୀନ କ୍ଲିନ୍ ହେବ ବୌଦ୍ଧ ଜିଲ୍ଲା । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡା ଫାଣ୍ଡି ଅନ୍ତର୍ଗତ ନଳିକୁପା ଜଙ୍ଗଲରୁ ବ୍ୟାପକ ପରିମାଣର ଗଞ୍ଜେଇ ଜବତ୍ କରିଛି ପୋଲିସ । ଏ ନେଇ ଏସପି ଏକ ପ୍ରେସମୀଟ କରି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ଗଞ୍ଜେଇ ଚୋରା କାରବାର ଚାଲିଥିବା ନେଇ ବୌଦ୍ଧ ଏସପି ସୂଚନା ପାଇଥିଲେ । ଏସପିଙ୍କ ନିର୍ଦ୍ଦେଶ କ୍ରମେ ମନମୁଣ୍ଡା ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ ଏକ ପୋଲିସ ଟିମ ସହ ଉକ୍ତ ଅଞ୍ଚଳରେ ଅତର୍କିତ ଚଢାଉ କରିଥିଲେ । ପୋଲିସ କୁ ଦେଖି ଗଞ୍ଜେଇ ମାଫିଆ ମାନେ ଫେରାର ମାରିଥିଲେ । ଘଟଣା ସ୍ଥଳରୁ ପୋଲିସ ୩ ହଜାର ୮ ସହ ୧୧ କେଜି ଗଞ୍ଜେଇ ଜବତ କରି ଥାନାକୁ ଆଣିଥିଲା । ବହୁ ଦିନର ବ୍ୟବଧାନ ପରେ ମନମୁଣ୍ଡା ପୋଲିସ କୁ ବଡ଼ ସଫଳତା ମିଳିଥିବା ଜଣାପଡିଛି ।WhatsApp Image 2023 04 26 at 13.41.13 ଗ୍ରୀନ କ୍ଲିନ୍ ହେବ ବୌଦ୍ଧ ଜିଲ୍ଲା : ସୂଚନା ଦେଲେ ବୌଦ୍ଧ ଏସପି ରାଜ ପ୍ରସାଦ

ଏସପି ରାଜ ପ୍ରସାଦ ବୌଦ୍ଧ ଜିଲ୍ଲାରେ ଯୋଗଦେବାର ମାତ୍ର ଦୁଇମାସ ମଧ୍ୟରେ ସମୁଦାୟ ୨୫ ହଜାର ୧ ସହ ୫ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଚାଳନାରେ ବ୍ୟବହୃତ ୨୭ ଗୋଟି ବାଇକ୍ ୯ ଗୋଟି ଚାରିଚକିଆ ଗାଡି ୮ ଗୋଟି ଦେଶୀ ବନ୍ଧୁକ ଓ ଗୋଟିଏ ପିସ୍ତଲ ପୋଲିସ ଜବତ କରିଛି । ଅନ୍ୟ ପଟେ ଗଞ୍ଜେଇ କାରବାରକୁ ନେଇ ୬୩ ଟି ମାମଲା ରୁଜ୍ଜୁ ହୋଇଥିବା ବେଳେ ୯୭ ଜଣଙ୍କ ନାଆଁ ରେ ମାମଲା ରୁଜ୍ଜୁ ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ । ଏହି ଗଞ୍ଜେଇ କାରବାର ରେ ସମ୍ପୃକ୍ତ ସମସ୍ତ ମାଫିଆଙ୍କ ବିରୋଧରେ ଆଗକୁ ଆହୁରି ଜୋରଦାର ଅପରେସନ କରାଯିବା ସହିତ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ମୂଳପୋଛ କରାଯିବାର ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଏସ ଡି ପି ଓ ଆନନ୍ଦ ବର୍ଦ୍ଧନ ଗୁରୁ ଓ ମନମୁଣ୍ଡା ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ ପ୍ରମୁଖ ଉପସ୍ଥିତ ଥିଲେ ।