ନିୟମଗିରି ପାହାଡ଼ ର କୁଡୁଭେଲ ଗ୍ରାମରର ମେରିଆ ପର୍ବ ଅନୁଷ୍ଠିତ

0
97
ନିୟମଗିରି

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୧/୫) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ନିୟମଗିରି ଡାଙ୍ଗରରେ ଆଦିମ କାଳରୁ ବସ ବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ନିଆରା ମେରିଆ ପର୍ବ ଶାନ୍ତି ପୂର୍ଣ୍ଣ ଭାବର କୁଡ଼ଭେଲି ପଦର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l

ଆଜିର ଏହି ପର୍ବ ରର ଅତିଥି ଭାବେ ଜ଼ିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଓ ବିଷମକଟକ ବ୍ଲକ ଅଦକ୍ଷା ଯୋଶଦା ହୁଇକା ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ ଲ ଦୀର୍ଘ ୪ବର୍ଷ ପୋରେ ଏହି ମେରିଆ ପର୍ବ ଅନୁଷ୍ଠିତ ହୋଇଛି ଯୋଦ୍ୱାରା ରକ୍ତ ରଂଜିତ ହୋଇଯାଇଛି କୁଡୁଭେଲି ପଦର ଗ୍ରାମ l ନିୟମଗିରି ରେ ବେଶ ଧୂମଧାମ ରେ ପାଳନ କରାଯାଇଛି ରହି ମେରିଆ ପର୍ବ l ଏଥିପାଇଁ ଗତ ସାତ ଦିନ ଧରି ଚଲଚଞ୍ଚଳ ହୋଇଉଠିଥିଲା ସମଗ୍ର ନିୟମଗିରି ଅଞ୍ଚଳ l ରବିବାର ବଡ଼ିଭୋରୁ ପୋଢ଼ ବଳି ଦେଇ ଉଦଯାପନୀ କରାଯାଇଛି ମେରିଆ ପର୍ବ l ପ୍ରଥା, ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ନିୟମଗିରି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ଉଦ୍ୟମ ଜାରି ରଖିଛନ୍ତି l ପ୍ରଥା ଓ ପରମ୍ପରା ଅନୁଯାଇ ଡ଼ଙ୍ଗରିଆ ସମାଜ ର ପୂଜକ ବସ ଲାମ୍ବାର ନିର୍ଦେଶ ଅନୁଯାଇ ଗତ ୨୦ତାରିଖରେ ନିୟମ ଗିରି ଜଙ୍ଗଲ ରୁ ଶାଳ କାଠ ଅନଯିବା ପରେ କୁଡୁଭେଲି ପଦର ଗ୍ରାମ ର ଧାରଣୀ ବା ପେନୁ ଦେବତା ଙ୍କ ପାଖରେ କାଠ ପ୍ରତିଷ୍ଠା କରାଯାଇଥିଲା l

ପାରା କୁକୁଡ଼ା ଓ ଛେଳି ବଳି ଦେଇ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା l ଏହି ପର୍ବ ପାଳନ ପାଇଁ ନିୟମ ଗିରି ପାହାଡ଼ ରେ ବସ ବାସ କରୁଥିବା ପ୍ରାୟ ୧୬୪ ଗ୍ରାମ କୁ ନିମନ୍ତ୍ରଣ କରାଯାଇଥିଲା l ଶେଷରେ ହଜାର ହଜାର ଡ଼ଙ୍ଗରିଆ ସମ୍ପ୍ରଦାୟ ର ଡ଼ଙ୍ଗରିଆ ଲୋକେ ଯୋଗ ଦେଇଥିଲେ ଏହି ମେରିଆ ପର୍ବରେ l ନିୟମଗିରି ପାହାଡ଼ ରେ ରହିଥିବା ଡ଼ଙ୍ଗରିଆ ଙ୍କ ଇଷ୍ଟ ଦେବି ଙ୍କୁ ସନ୍ତୁଷ୍ଟ କରେଇବା ପାଇଁ ଏହି ଧରଣୀ ଦେବତା ଙ୍କୁ ପୂଜା ଅର୍ଚନା କରାଯାଏ l ଏହି ମେରିଆ କୁଡୁଭେଲ ପଦର ଗ୍ରାମରେ ପାଳିତ ହୋଇଯାଇଛି l ମେରିଆ ପର୍ବ ଆରମ୍ଭ ର ସାତ ଦିନ ପୂର୍ବରୁ ଗାଁ ର ଯାନୀ ଓ ଦିଶାରୀ ପୂଜା ନିମନ୍ତେ ଯୋଗ ସମୟ ଘୋଷଣା କରିଥାନ୍ତି l ଏହି ତିଥି ରେ ଡ଼ଙ୍ଗରିଆ ସମ୍ପ୍ରଦାୟ ତରଫରୁ ଏକ ସୁସ୍ଥ ସବଳ ପୋଢ଼ ଟି କିଣି ଅଣାଯାଇଥାଏ ଉକ୍ତ ପୋଢ଼ କୁ ଡ଼ଙ୍ଗରିଆ ଯୁବକ ମାନେ ବାଜା ବାଜଣା ନାଚ ଗୀତ ସହିତ ସମଗ୍ର ନିୟମଗିରି ଅଞ୍ଚଳ ର ଗାଁ କୁ ଗାଁ ବୁଲାଇଥାନ୍ତି l

ଏହି ପୋଢ଼ କୁ ୭ ଦିନେ ଗାଁ କୁ ଗାଁ ବୁଲାଇବା ପରେ ଶେଷ ଦିନରେ କୁଡୁବେଲି ପଦର ଗ୍ରାମ ପୂଜା ସ୍ଥାନ ଅଣାଯାଇଥିଲା l ଅଷ୍ଟମ ଦିନ ବୋଡି ଭୋର ରୁ ମେରିଆ ବା ପୋଢ଼ କୁ ବଳି ଦିଆଯାଇଥିଲା l ପୋଢ଼ ବଳି ଦେବା ପ୍ରଥା ଡ଼ଙ୍ଗରିଆ ଙ୍କ ଅତି ନିଆରା l ନିୟମ ରାଜା ଓ ଧରଣୀ ଦେବତା ଙ୍କ ନିକଟରେ ୭ଦିନ କାଳ ରଖି ପୂଜା କରିବା ପରେ ଶେଷ ଦିନରେ ଡ଼ଙ୍ଗରିଆ ସାମ୍ପ୍ରଦାୟର ଲୋକେ ଉକ୍ତ ପୋଢ଼ କୁ ଅତି ନୃଶଂଶ ଭାବେ ହାଣି ଥାନ୍ତି l ଗୋଟିଏ ପରେ ଗୋଟିଏ ଚୋଟ ଦେବା ପରେ ଉଭୟ ଙ୍କ ମଧ୍ୟରେ ପୋଢ଼ ର ମାଂସ ପାଇଁ ଏକ ପ୍ରତିଯୋଗିତା ହୋଇଥାଏ l l ଉକ୍ତ ପୋଢ଼ ମାଂସ କୁ ନେଇ ଲୋକ ମାନେ ନିଜ ଘରେ ପୂଜା କରିବା ସହିତ ନିଜ କ୍ଷେତ ରେ ପୋତି ପୂଜା ଅର୍ଚନା କରିଥାନ୍ତି l ଏହି ପରି ପୂଜା କଲେ ଫସଲ ଭଲ ହେବ ବୋଲି ଦଙ୍ଗାରିଆଙ୍କ ବିଶ୍ୱାସ ରହିଛି l