କୃଷକ କାର୍ଡ଼ ଦେବା ନା ରେ ଲୋକଙ୍କ ପାଖରୁ ହଜାର ହଜାର ଟଙ୍କା ଲୁଟ : ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

0
337

ରିପୋର୍ଟ : ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ଗୁଣୁପୁର,(୨୬/୦୮) : ଆଜି ରାୟଗଡ଼ା ଜିଲ୍ଲାର ଗୁଣପୁର ବ୍ଲକ ଅନ୍ତର୍ଗତ ଜଲତାର ପଞ୍ଚାୟତର ଲୁଗୁଂରୁତାଲ ଗ୍ରାମର ପ୍ରାୟ ୪୦ ରୂ ଉର୍ଦ୍ଧ ଲୋକ ମାନଙ୍କ ଠାରୁ ଗୋଟିଏ କାର୍ଡ ପିଛା ୨୦୦ ଟକାଂ ଲେଖାଏଁ କିଛି ବେସରକାରୀ ଲୋକ କୃଷକ କାର୍ଡ଼ ଦେବା ନା ରେ ଲୋକଙ୍କ ପାଖରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ପାଖରୁ ଟକାଂ ଲୁଟ କରି ନେଇ ଯାଇଛନ୍ତି ।

କୋରନା ମହାମାରୀ ମଧ୍ୟରେ କାମ ନ ପାଇ ଏ ଭଳି ପରିସ୍ଥିତିରେ ଆଦିବାସୀ ମାନଙ୍କ ସରଳତା ସୁଯୋଗ ନେଇ କୃଷକ କାର୍ଡ଼ କଲେ ଇନ୍ ସୁରେନସ ମିଳିବ – ରୂଣ- ସବସିଡି ଇତ୍ୟାଦି ସୁଯୋଗ ମିଳିବ କହି ଠକିବା ପାଇଁ ଚେଷ୍ଟା କରିଛନ୍ତି । ଏହି ଘଟଣାକୁ ନେଇ ବିଭିନ୍ନ ପଞ୍ଚାୟତରେ ଲୋକମାନଙ୍କୁ ଦଲାଲ ମାନେ ଠକି ନେଇଥିବା ବେଳେ ସିପିଆଇ ଏମ ଏଲ ଲିବରେସନ ଓ ଅଖିଲ ଭାରତ କୃଷକ ମହାସଭା (AIKM ) ତରଫରୁ ଅତି ଶିଘ୍ର କୃଷକ ମାନଂକୁ ଟଙ୍କା ଫେରେଇବା ସଙ୍ଗେସଙ୍ଗେ ଏହା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଆଦୋଂଲନ କରିବା ନେଇ ନିଷ୍ପତ୍ତି ନିଆଯାଇଛି ।