ମୃତ୍ତିକା ସଂରକ୍ଷଣ ବିଭାଗ ର କିରାଣୀ ଏବେ ରାୟଗଡ଼ ଓ ଗଜପତି ଜିଲ୍ଲାର ବୃକ୍ଷ ମାନବ

0
452

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର,(୨୬/୦୮) : ଓଡ଼ିଶାର ଗଜପତି ଓ ରାୟଗଡ଼ା ଅଞ୍ଚଳ ରେ ବୃକ୍ଷ ମାନବ ନାମରେ ପରିଚିତ ବ୍ୟକ୍ତି ଜଣକ ଆଉ କିଏ ନୁହନ୍ତି,ସେ ହେଉଛନ୍ତି ମୃତ୍ତିକା ସଂରକ୍ଷଣ ବିଭାଗ ର କିରାଣୀ ଗୋପୀନାଥ ଚୌଧୁରୀ ।c337b65a 06dd 4b6c b580 00da0273334b ମୃତ୍ତିକା ସଂରକ୍ଷଣ ବିଭାଗ ର କିରାଣୀ ଏବେ ରାୟଗଡ଼ ଓ ଗଜପତି ଜିଲ୍ଲାର ବୃକ୍ଷ ମାନବ

କାଶୀନଗର ସହର ରେ ଜନ୍ମିତ ଗୋପୀନାଥ ନିଜ ଶିକ୍ଷା ସମାପନ କରି ମୃତ୍ତିକା ସଂରକ୍ଷଣ ବିଭାଗ ରେ କିରାଣୀ ଭାବେ ନିଜ କର୍ମ ମୟ ଜୀବନ ବିତାଇଛନ୍ତି ।ବିଭାଗ ରେ ରହିଥିବା ବେଳେ ଦେ ଏଭଳି ଏକ ପ୍ରେରେଣା ପାଇଛନ୍ତି କି ପ୍ରତ୍ୟେକ ଦିନ ୧୦/୧୫ଗଛ ପ୍ରତିଦିନ ଲାଗଇ ତାର ଦେଖା ରଖା କରନ୍ତି । ସକାଳୁ ଉଠି ନିଜ ନିତ୍ୟ କର୍ମ ସାରି ଗୋଟିଏ ବ୍ୟାଗ ରେ କିଛି ଚାରା ଧରି ବାହାରନ୍ତି,ରୋଡ ସାଇଡ ବିଭିନ୍ନ କାର୍ଯ୍ୟାଳୟ, ମଠ,ମନ୍ଦିର ଯେଉଁଠି ପାରିଲେ ସେଠୀ ଗଛ ଲଗାଇ ଥାଆନ୍ତି । ନିଜ ସ୍ତ୍ରୀ, ଓ ପିଲା ମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରନ୍ତି ।

ଦିନ ସାଢେ଼ ୧୧ଟା ପର୍ଯ୍ୟନ୍ତ ଏହି କାମ କରନ୍ତି । ସନ୍ଧ୍ୟାବେଳେ ଉର୍ବର ମାଟି ଯୋରି ପ୍ୟାକେଟ ରେ ଭର୍ତ୍ତିକରି ଚାରା ସୃଷ୍ଟି କରନ୍ତି । ରାୟଗଡ଼ା ର ବିଭିନ୍ନ ଜାଗାରେ ବିଭିନ୍ନ ଫୁଲ ଗଛ ଲଗାଇବା ଦ୍ଵାରା ଲୋକେ ଫୁଲ ପୂଜା ପାଇଁ ପାଇଯାନ୍ତି । ଏବେ ନିଜ ଗ୍ରାମ କାଶୀନଗର କୁ ଫେରିବା ପରେ ଏଯାଏଁ ୫୦୦ରୁ ଅଧିକ ଚାରା ରୋପଣ କରି ଜନ ମାନସ ତେବେ ଚର୍ଚ୍ଚିତ ଅଛନ୍ତି । ତାଙ୍କୁ ବୃକ୍ଷ ମାନବ ନାମ ରେ ଏହି ଅଞ୍ଚଳ ରେ ନିଜ କାର୍ଯ୍ୟ ବଳରେ ଚର୍ଚ୍ଚିତ ଚେହେରା ଭାବେ ଲୋକ ମାନେ ଆଲୋଚନା କରୁଛନ୍ତି ।