୧ କ୍ଵିଣ୍ଟାଲ ଗଞ୍ଜେଇ ଜବତ : ମାଫିଆ ଫେରାର

0
74
୧ କ୍ଵିଣ୍ଟାଲ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୫/୦୫) : ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ପୋଲିସ ପକ୍ଷରୁ ୧ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଥିବା ଜଣା ପଡ଼ିଛି ।

ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଘଣ୍ଟାପଡ଼ା ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଗଣନାଥ ଥନାପତୀ ଙ୍କ ନେତୃତ୍ୱ ରେ ପୋଲିସ ଟିମ ପଣ୍ଡରାପିଟା ଜଙ୍ଗଲ ରେ ଚଢ଼ାଉ କରିଥିଲେ । ପୋଲିସକୁ ଦେଖି ୨ ଚାଲାଣକାରୀ ଘଟଣା ସ୍ଥଳରୁ ଫେରାର ମାରିଥିବା ବେଳେ ପୋଲିସ ୩ ବସ୍ତା ଗଞ୍ଜେଇ ଜବତ କରିଛି । ଜବତ ଗଞ୍ଜେଇ ଥାନା କୁ ଆଣି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଓଜନ କରାଯାଇଥିଲା । ଜବତ୍ ଗଞ୍ଜେଇ ର ପରିମାଣ ୧ କ୍ଵିଣ୍ଟାଲ ୨କେଜି ବୋଲି ଜଣାପଡ଼ିଛି । ଘଣ୍ଟାପଡ଼ା ଥାନାରେ ୩୭/୨୩ ରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀ ଗଣନାଥ ଥନାପତି ସୂଚନା ଦେଇଛନ୍ତି ।