ଆନ୍ଥ୍ରାସ୍କ ରୋଗ ଆକ୍ରାନ୍ତ: ଜଣେ ମୃତ, ଦୁଇ ଚିହ୍ନଟ

0
75
ଆନ୍ଥ୍ରାସ୍କ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୦୫/୦୫) : ଆନ୍ଥ୍ରାସ୍କ ରୋଗ ବୋଲି ସନ୍ଦେହ କରି ରକ୍ତ ନମୁନା ସଂଗ୍ରହ ପରୀକ୍ଷା ପାଇଁ ପଠା ଯାଈଛି ।

ଆନ୍ଥ୍ରାସ୍କ ରୋଗରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗଙ୍କ ସୂଚନାରୁ ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଲୁଲା ପଞ୍ଚାୟତ ଅଧିନସ୍ଥ ତେନ୍ତୁଳି ଖୁଣ୍ଟି ଗାଁ’ରେ। ସୂଚନା ମୁତାବକ, ମୃତ ବ୍ୟକ୍ତି ଜଣକ ହେଲେ ବ୍ରଜ ସାଉନ୍ତା । ହଠାତ୍ ହାତରେ ଘା ସଦୃଶ୍ୟ ହୋଇ ପ୍ରବଳ ଯନ୍ତ୍ରଣା ହୋଇଥିଲା। ପ୍ରଥମେ ଦଶମନ୍ତପୁର ଓ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ବ୍ରଜର ମୃତ୍ୟୁ ହେବାପରେ ଗାଁ’ରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗାଁ’ରେ ଏବଂ ଗୁଲି ମୂଷା ଗାଁ’ରେ ଆତଙ୍କ ଖେଳିଯାଇଛି । ଅନ୍ୟପଟେ ଚିକିତ୍ସା ଓ ସଚେତନତା ସୃଷ୍ଟି କରିବା ଲାଗି ସ୍ୱାସ୍ଥ୍ୟ ବିଭାଗର ନିଦ ହଜିଯାଇଛି । ଆଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ପାର୍ଥ ସାରଥି ପଣ୍ଡା ଙ୍କ ନେତୃତ୍ବରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ଏବଂ ପ୍ରାଣୀ ଚିକିତ୍ସା ଟିମ୍ ଗାଁ’ରେ ପହଞ୍ଚି ତନ୍ ତନ କରି ତଦନ୍ତ କରିଥିଲା ।

ଏଥିରେ ଗାଁ’ର ଆଉ ଅନ୍ୟ ଦୁଇ ଜଣ ନୂଆ ରୋଗୀ, ଆନ୍ଥ୍ରାସ୍କ ଆକ୍ରାନ୍ତ ହୋଇଥିବା ସନ୍ଦେହ କରି ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ନିଆ ଯାଉଛି । ଏବଂ ସଚେତନତା କରାଇ, ଆନ୍ଥ୍ରାସ୍କ ନିରାକରଣ ପାଇଁ ଔଷଧ ବିତରଣ କରିଥିବା ଜଣାପଡିଛି । ସେହିଭଳି ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼ ରବି ନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ପ୍ରାଣୀ ଚିକିତ୍ସା ଟିମ୍ ମଧ୍ୟ ଗାଁ’ରେ ପହଞ୍ଚି ଲୋକମାନଙ୍କୁ ମୃତ ଗୋରୁ ମାଂସ ନ ଖାଇବା ଲାଗି ସଚେତନତା କରିଥିଲେ । ୧୨୬ ଗାଈ, ଛେଳି ମେଣ୍ଢାମାନଙ୍କୁ ଆନ୍ଥ୍ରାସ୍କ ନିରାକରଣ ଟୀକା ପ୍ରଦାନ କରାଯାଇଛି । କେବଳ ସେତିକି ନୁହେଁ ପ୍ରାଣୀ ଚିକିତ୍ସା ବିଶେଷଜ୍ଞ ମାନେ ମଧ୍ୟ ଗୋରୁ କାଟିଥିବା ସ୍ଥାନର ମାଟି ସଂଗ୍ରହ କରି ଆନ୍ଥ୍ରାସ୍କ ପରୀକ୍ଷା ଲାଗି ନେଇ ଥିବା ଦେଖିବାକୁ ମିଳିଛି ।