୯ କେଜି ଗଞ୍ଜେଇ ସହ ଜଣେ ଗିରଫ

0
69
୯ କେଜି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୫/୦୫) : ୯ କେଜି ଗଞ୍ଜେଇ ଜବତ ସହ ବାଇକ ଓ ଜଣେ ଗିରଫ ।

ବଲାଙ୍ଗୀର ମୋବାଇଲ ଟିମ ଓ ତୁଷୁରା ଅବକାରୀ ବିଭାଗ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ବେଳେ ଗୁଡ଼ଭେଲା ବ୍ଳକ ଅନ୍ତର୍ଗତ ସିରାବାହାଲ ଛକ ଠାରେ ଏହି ୯ କେଜି ଗଞ୍ଜେଇ ଜବତ କରିଛି । ଏଥିସହିତ ଏକ ବାଇକ ମଧ୍ୟ ଜବତ ହୋଇଥିବା ସୂଚନା । ଚାଳକ ଜଣଙ୍କ ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ଥାନା ଅଧିନସ୍ଥ ଟପନା ଗ୍ରାମ ର ସୁମନ ମହାନନ୍ଦ ଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଏହି ପେଟ୍ରୋଲିଂରେ ବଲାଙ୍ଗୀର ସଦର ଇନିସପେକ୍ଟର ସରୋଜ କୁମାର ପରିଡା, ଏସଆଇ ମଞ୍ଜୁଲତା ଏକା, ତୁଷୁରା ଅବକାରୀ ଥାନାଧିକାରୀ ବାଣୀ ସୁନା, ଏଏସଆଇ ଡୁଲେଶ୍ବର କୁମୁରା, କନେଷ୍ଟବଳ ରମାଶୁ ଷଡ଼ଙ୍ଗୀ, ବିଭୂତି ଭୂଷଣ ଭୋଇ, ଆଶିଷ ବାଗ ପ୍ରମୁଖ ସାମିଲ ଥିଲେ ।