ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ବିଶ୍ଵ ଯୁବ ରେଡ୍ କ୍ରସ ଦିବସ ପାଳିତ

0
304
ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୮/୦୫) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟ ବିନିକା ରେ ବିଶ୍ୱୟୁଥ୍ ରେଡ୍ କ୍ରସ୍ ଦିବସ ପାଳିତ ହୋଇଥିଲା ।WhatsApp Image 2023 05 09 at 11.18.54 ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ବିଶ୍ଵ ଯୁବ ରେଡ୍ କ୍ରସ ଦିବସ ପାଳିତ

ଉକ୍ତ ସଭାରେ ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟ ସଭାପତି ହିମାଂଶୁ ଶେଖର ତ୍ରିପାଠୀ, ସମ୍ପାଦକ ବିକାଶ ମହାନ୍ତି, ଟ୍ରଷ୍ଟି ସୂର୍ଯ୍ୟ ନାରାୟଣ ପାଢ଼ୀ ଓ ଅଧ୍ୟକ୍ଷ ମୀନକେତନ ପଧାନ ଯୋଗଦେଇଥିଲେ । ଏହି ସଭାରେ ଯୁବ ରେଡ୍ କ୍ରସ୍ ର କାଉନସିଲର ମନୀଷା ଭୋଇ ରେଡ୍ କ୍ରସ ର ଇତିହାସ ବିଷୟରେ ବାର୍ତ୍ତା ପ୍ରଦାନ କରିଥିଲେ ଏବଂ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମୀନକେତନ ପଧାନ ରେଡ୍ କ୍ରସ୍ ର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବିଷୟରେ ଭାଷଣ ପ୍ରଦାନ କରିଥିଲେ । ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ର ଅଧ୍ୟାପିକା ଭୂମିସୂତା ପ୍ରଧାନ ସଭା ପରିଚାଳନା କରିଥିଲେ ଏବଂ ରାଜନୀତି ବିଜ୍ଞାନ ର ଅଧ୍ୟାପିକା ଅର୍ପିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ମହାବିଦ୍ୟାଳୟ ର ଇଂରାଜୀ ବିଭାଗ ର ଅଧ୍ୟାପକ ପଦ୍ମଲୋଚନ ସା, ଡି ଇ ଓ ବ୍ରଜରାଜ ଥନାପତି, ବାର୍ତ୍ତାବାହୀ କବିତା ଖେତି ତଥା ମହାବିଦ୍ୟାଲୟ ର ଛାତ୍ରୀମାନେ ଉପସ୍ଥିତ ରହିଥିଲେ ।