ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ଗୋଷ୍ଠୀଗୃହ ଲୋକାର୍ପିତ

0
79
ବଂଶୀଧର ଓ

ରିପୋର୍ଟ : ନରୋତ୍ତମ ପାଢୀ
ଥେରୁବାଲି, (୧୧/୦୫) : ଥେରୁବାଲି ଆଦିବାସୀ ସାହିରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ଅନୁରୋଧକ୍ରମେ ଇମ୍ଫାର ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଦ୍ଵାରା ୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗୋଷ୍ଠୀଗୃହ କୁ ଇମ୍ଫା ଶିଳ୍ପ ଗୋଷ୍ଠୀ ର ବ୍ୟବସାୟିକ ମୁଖ୍ୟ ଶ୍ରୀମାନ ଦୀପକ କୁମାର ମହାନ୍ତି ଏକ ନିରାଡମ୍ବର ଉତ୍ସବରେ ଲୋକାର୍ପିତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଇମ୍ଫାର ଉପ ସଭାପତି ଶ୍ରୀମାନ ଆଶିଷ କୁମାର ରାୟ, , ମୁଖ୍ୟ ପ୍ରବନ୍ଧକ (ଯାନ୍ତ୍ରିକ) ଶ୍ରୀମାନ ଏମ॰ଶ୍ରୀନିବାସ, ଉପ ମୁଖ୍ୟ ପ୍ରବନ୍ଧକ (କାର୍ମିକ ଓ ପ୍ରଶାସନ) ଶ୍ରୀମାନ କଲୋଳ କୁମାର ନାୟକ ଯୋଗ ଦେଇଥିବା ବେଳେ ଥେରୁବାଲି ସରପଞ୍ଚ ସୁଶ୍ରୀ ମମତା ପୁଲାକା ଏଥିରେ ଯୋଗ ଦେଇ ଇମ୍ଫା ର ବଂଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ ଏଭଳି ମହତ କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ଥେରୁବାଲି ର ସାମାଜିକ କର୍ମୀ ଶ୍ରୀ ରାଧାଶ୍ୟାମ ପଣ୍ଡା, ଶ୍ରୀ ପରମେଶ୍ଵର ନିଳଗିରି, ଶ୍ରୀ ନକୁଲ ସେନାପତି, ଶ୍ରୀ ଅଶୋକ ହିକକା ଏବଂ ଆଦିବାସୀ ସାହିର ମହିଳାମାନେ ଏବଂ ଶ୍ରୀମାନ ଲାଲା, ମାଠିଆ, ନୀଳାମ୍ବର, ବିଜୟ, ଚୌଧୁରୀ ଆଦି ମୁଖିଆମାନେ ଯୋଗ ଦେଇଥିଲେ । ଉପସ୍ଥିତ ମହିଳାମାନେ ଏଭଳି ଏକ ଗୋଷ୍ଠୀ ଗୃହ ନିର୍ମାଣ କରିଥିବାରୁ ଇମ୍ଫା ଏବଂ ବନଶୀଧର ଓ ଇଲାପଣ୍ଡା ଫାଉଣ୍ଡେସନ କୁ ଧନ୍ୟବାଦ ଜଣାଇଥିଲେ । ଇମ୍ଫାର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମାନ ଶକ୍ତି ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶ୍ରୀମାନ ରବୀନ୍ଦ୍ର କୌଶଲ୍ୟା ସହଯୋଗ କରିଥିଲେ ।