ମାଁଙ୍କ ଘଣ୍ଟପର୍ବ ଯାତ୍ରାରେ ଯୋଗଦାନ କଲେ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା

0
124
ମାଁଙ୍କ ଘଣ୍ଟପର୍ବ

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା, (୧୨/୦୫) : ରାୟଗଡା ଜିଲ୍ଲାର ମୁନିଗୁଡା ଟିକରପଡାରେ ମାଁ ଠାକୁରାଣୀଙ୍କ ଯାତ୍ରା ଓ ମାଁଙ୍କ ଘଣ୍ଟପର୍ବ ରେ ଯୋଗଦାନ କଲେ ପଛୁଆବର୍ଗ କଲ୍ୟାଣ ବିଭାଗର ଓଡିଶା ସରକାର ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର କୁମାର ଦାସ ।WhatsApp Image 2023 05 11 at 23.38.19 ମାଁଙ୍କ ଘଣ୍ଟପର୍ବ ଯାତ୍ରାରେ ଯୋଗଦାନ କଲେ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା

ବିଜେଡି ଜିଲ୍ଲା ସମ୍ପାଦକ ପୂର୍ଣଚନ୍ଦ୍ର ଗୌଡ, ବରିଷ୍ଠ ବିଜେଡି ନେତା ବ୍ଲକ ସଭାପତି ରତ୍ନଲାଲ ଜୈନ, ବୂନ୍ଧାବନ ପାଡି, ରାଜ୍ୟ ବିଜୁ କୂଷକ ମୁର୍ଚ୍ଚର ସଭାପତି ଜ୍ୟୋତି ସାହୁ, ସିମାଞ୍ଚଳ ଦାଶ, ବିଜେଡି ସାଂଗଠନିକ ପିଙ୍କୁ ପାତ୍ର, ଉପସ୍ଥିତ ରହି ମାଁ ଠାକୁରାଣୀଙ୍କ ଯାତ୍ର ସାମିଲ ହୋଇ ବହୁତ ସୁନ୍ଦର ମଜା ମସ୍ତି ନେଇଥିଲେ । ଏହି ଅବସରର ଟିକରପଡାର ନାୟକ ଦୟାନିଧି କୁଶୁଲିଆ ମାଁ ଠାକୁରାଣୀଙ୍କ ପରିଚାଳନ କମିଟି ପରାବା ଟାକିରୀ, ନରେନ୍ଦ୍ର ନାଗ, ଭାଗିରଥୀ ନାଗ, ରମେଶ ପାଣି, ଗରୀବ ଗରଡିଆ, ସୋମନାଥ କରକରିଆ, ରଞ୍ଜନ ନାଗ, ଟୁନା କରକରିଆ, ଶିଲୁ ବାଗ ଉପସ୍ଥିତରେ ସମସ୍ତ ଯୁବକ ଓ ଯୁବତୀ ମାନେ ଏହି ମାଁ ଠାକୁରାଣୀଙ୍କ ଯାତ୍ରା ରେ ସାମିଲ ହୋଇଥିଲେ,ବିଜୁ ଜିଲ୍ଳା ପରିଷଦ ସଭ୍ଯ ମାଧବୀ କନ୍ଧାପାଣୀ ଆଇନ ମନ୍ତ୍ରୀ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ଙ୍କୁ ସ୍ଵାଗତ ଜଣାଇଥିଲେ । ମୁନିଗୁଡା ର ଟିକରପଡା ସାହି ଠାରେ ବହୁ ସୁନ୍ଦର ଭାବରେ ମାଁଙ୍କ ଘଣ୍ଟପର୍ବ ଯାତ୍ରା ସୁରୁଖୁରରେ ପାଳିତ ହୋଇଅଛି ।