ନବନିର୍ମିତ ବୁଢିମା ମନ୍ଦିର ର ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
81
ନବନିର୍ମିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୦୫) : ସୋନପୁର ସହରର ଢେରାପଡା ଠାରେ ସଂପୂର୍ଣ୍ଣ ଦକ୍ଷିଣଭାରତୀୟ ଢାଞ୍ଚା ରେ ନୂତନଭାବେ ନବନିର୍ମିତ ମାଁ ବୁଢିମା ଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୧ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ମହା ସମାରୋହରେ ପାଳନ କରାଯିବ l

ଏଥି ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ନବନିର୍ମିତ ବୁଢିମା ମନ୍ଦିର ର ପ୍ରତିଷ୍ଠା ମହୋତ୍ସବ ପାଇଁ ଗତ କାଲି ସନ୍ଧ୍ୟାରେ ଢେରାପଡା ସ୍ଥିତ ବୁଢିମା ଯୁବକ ସଂଘ ଠାରେ ଏକ ଖବରଦାତା ସମ୍ମିଳନୀରେ କମିଟି ପକ୍ଷରୁ ସମସ୍ତ କାର୍ଯ୍ୟକ୍ରମ ର ସୂଚନା ପ୍ରଦାନ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମାଙ୍ଗଳିକ, ବାସୁଦେବ ପୂଜା ତଥା ଦେବନିମନ୍ତ୍ରଣ, ଭୂମିପୂଜା, ନୃସିଂହ ଯଜ୍ଞ, ବାରାହ ଓ କୃମ ଅନନ୍ତ ପୂଜାନ୍ତେ ଯଜ୍ଞଧ୍ୱଜା ଉତ୍ତୋଳନ କାର୍ଯ୍ୟକ୍ରମ ସରିଥିବାବେଳେ, ଅଙ୍କୁରାରୋପଣ, ଶୁକ୍ଲ ଦ୍ୱିତୀୟା ରବିବାର ୨୧ ତାରିଖରେ କଳସାଧିବାସ ଓ ମଣ୍ଡଳବିଧାନ ସହ କଳସାନୟନ, ମଣ୍ଡପ ପୂଜାବିଧାନ ଚତୁର୍ଥୀ ଲଗ୍ନେ ଶାଖାମୂର୍ତ୍ତୀ ମହାସ୍ନାନ, ଶୁକ୍ଲପଞ୍ଚମୀ ରେ ମନ୍ଦିର ଅଧ ଉର୍ଦ୍ଧ୍ୱ ଶୋଧନସହିତ ଦେବ ଦେବ ମହାଦେବ ଲିଙ୍ଗ ଓ ପାର୍ଶ୍ୱଦେବତା ମନ୍ଦିରେ ସ୍ଥାପନ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହେବ l

୨୫ ତାରିଖ ଜ୍ୟେଷ୍ଠ ଶୁକ୍ଲ ଷଷ୍ଠୀ ଗୁରୁବାର ପୂର୍ଣ୍ଣାହୁତି ପୂର୍ବକ ମାଁ ବୁଢିମା ଠାକୁରାଣୀଙ୍କ ମନ୍ଦିର ବିଜେ କାର୍ଯ୍ୟକ୍ରମ ରହିଛି l ପ୍ରକାଶ ଯୋଗ୍ୟଯେ ସଂପୂର୍ଣ୍ଣ ଦକ୍ଷୀଣ ଭାରତୀୟ ଢାଞ୍ଚାରେ ନିର୍ମିତ ଏହି ମନ୍ଦିର ନିର୍ମାଣ ରେ ପ୍ରାୟ ୫୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିବାବେଳେ ଏହା ମନ୍ଦିର ମାଳିନୀ ସୁବର୍ଣ୍ଣପୁର କୁ ଆସୁଥିବା ପର୍ଯ୍ୟଟକଙ୍କୁ ବହୁମାତ୍ରାରେ ଆକୃଷ୍ଟ କରିବ ବୋଲି କମିଟି ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି l ଏହି ଅବସରରେ ପ୍ରତିସଂଧ୍ୟାରେ ସୁନ୍ଦରାକାଣ୍ଡ, ଭଜନ ସଂଧ୍ୟା ସହ ଅନେକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି ଏବଂ ଦୁଇଦିନ ଧରି ଶ୍ରଦ୍ଧାଳୁ ଙ୍କପାଇଁ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ଆଜିର ଏହି ଖବରଦାତା ସମ୍ମିଳନୀରେ ମନ୍ଦିର ନିର୍ମାଣ କମିଟି ର ସମ୍ପାଦକ ଜନ୍ମେଜୟ ପାତ୍ର, ଉପସଭାପତି ବି.ସତ୍ୟନାରାୟଣ ରାଓ, ବୁଢିମା ଯୁବକ ସଂଘ ସଭାପତି ଦିଲ୍ଲୀପ ପାତ୍ର, ବରିଷ୍ଠ ସଭ୍ୟ ଆନନ୍ଦ ପାତ୍ର, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ପାତ୍ର ଓ କାଉନସିଲର ରାଜକିଶୋର ରାଓ ତଥା ପଡାର ଅନେକ ସଦସ୍ୟ ଉପସ୍ଥିତ ଥିଲେ l