ଶୂନ୍ୟ ଛାୟା ଦିବସ

0
81
ଶୂନ୍ୟ ଛାୟା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୧/ ୦୫) : ଆଜି ଶୂନ୍ୟ ଛାୟା ଦିବସ । ଆଜି ୧୦.୩୦ ପରେ ଦେଖା ଯିବନି ନିଜ ଛାଇ। ଶୂନ୍ୟଛାୟା ଦେଖିବା ଲାଗି ପଠାଣି ସାମନ୍ତ ପ୍ଲାନେଟାରିୟମ୍ ପକ୍ଷରୁ ଦେଖିବାର ବ୍ୟବସ୍ଥା ।

ଛାଇ ଆମର ପିଛା ଛାଡ଼ିନଥାଏ । କିନ୍ତୁ ଏହି କଥାକୁ ଭୁଲ କହିଛନ୍ତି ଜ୍ୟୋର୍ତିବିଜ୍ଞାନୀ । ବର୍ଷରେ ଏପରି ୨ ଦିନ ଅଛି, ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ । ବର୍ଷର ଏହି ଦୁଇ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି । ଏପ୍ରିଲରୁ ଜୁନ୍ ଏବଂ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ୨ଥର ଶୂନ୍ୟ ଛାୟା ଘଟିଥାଏ । ସେଥିପାଇଁ ସେ ସମୟରେ ଛାଇ ଦେଖାଯାଏନାହିଁ । ଏହି ଘଟଣାକୁ ଜ୍ୟୋର୍ତିବିଜ୍ଞାନୀମାନେ ଶୂନ୍ୟଛାୟା ଦିବସ ବା ଜିରୋ ସ୍ୟାଡୋ ଡେ’ ଭାବେ ନାମିତ କରିଛନ୍ତି ।