କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

0
83
ଜାରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୧/୦୫) : ବଧୂ ହତ୍ୟା ଘଟଣା ସାମ୍ନାକୁ ଆସିଛି । ପୁରୀ ଜିଲ୍ଲା ଡେଲାଙ୍ଗରୁ ଆସିଲା ବଧୂ ହତ୍ୟା ଅଭିଯୋଗ ।

ଯୋରକଣି ଗାଁ’ର ବାଡି ପଟ କୂଅ ଭିତରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ମୃତ ମହିଳା ହେଲେ ଉକ୍ତ ଗାଁ’ର ଦୀପିକା ସାହୁ । ଏହା ଏକ ଯୌତୁକ ଜନିତ ହତ୍ୟାକାଣ୍ଡ ହୋଇଥିବା ମୃତ ଦୀପିକାଙ୍କ ଭାଇ ପ୍ରକାଶ ସାହୁ ଅଭିଯୋଗ ଆଣିଛନ୍ତି । ତେବେ ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି । ଏହାସହ ଅଧିକ ତଦନ୍ତ ଜାରି ରଖିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିପାରିନାହିଁ ।