ଗରମ ପିଚୁକୁଣ୍ଡ ରେ ପଡି ଡ୍ରାଇଭର ମୃତ

0
84
ଗରମ ପିଚୁକୁଣ୍ଡ

ରିପୋର୍ଟ : ନରୋତ୍ତମ ପାଢ଼ୀ
ରାୟଗଡା, (୨୪/୦୫) : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଦୁର୍ଗୀ ପଞ୍ଚାୟତ ଅଧିନସ୍ଥ ବନ୍ଧୁଗୁଡା ଗ୍ରାମ ନିକଟରେ ଘଟିଛି ଏହିଭଳି ଅଭାବନୀୟ ଘଟଣା, ଗରମ ପିଚୁକୁଣ୍ଡ ରେ ପଡି ଡ୍ରାଇଭର ମୃତ ।

ସୂଚନା ଅନୁଯାଇ ବିଷମ କଟକ ଥାନା ଅଧିନସ୍ଥ ଦୁର୍ଗୀ ପଞ୍ଚାୟତ ଏକ ହଟ୍ ମିକ୍ସ ପ୍ଲାଣ୍ଟ କାର୍ଯ୍ୟକ୍ଷମ ରହିଥିବା ବେଳେ ସୋମବାର ଅପରାହ୍ନ ଉକ୍ତ ପ୍ଲାଣ୍ଟ କୁ ବିଶାଖାପାଟଣା ରୁ ଏକ ପିଚୁ ବୋଝେଇ ଟ୍ରକ ଆସିଥିଲା ଉକ୍ତ ଟ୍ରକ ର ଡ୍ରାଇଭର ପ୍ଲାଣ୍ଟ ର ପିଚୁ କୁଣ୍ଡ ରେ ପାଇପ୍ ଯୋଗେ ପିଚୁ ଢାଳୁଥିବା ବେଳେ ଅସାବଧାନ ବସତଃ ଗରମ ପିଚୁକୁଣ୍ଡ ରେ ଖସିପଡିବା ଯୋଗୁଁ ଘଟଣା ସ୍ଥଳରେ ଡ୍ରାଇଭର ଙ୍କ ମୃତ୍ୟୁ ଘଟିଛି । ମୃତକ ଡ୍ରାଇଭର ଜଣକ ଆନ୍ଦ୍ରପ୍ରଦେଶ ବିଶାଖାପାଟଣା ଅଞ୍ଚଳର ଏ କ୍ରିଷ୍ଣା ରାଜୁ ବୋଲି ଜଣାପଡିଛି । ଖବର ପାଇ ବିଷମକଟକ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରି ଅଧିକ ତଦନ୍ତ ଜାରିରଖିଛନ୍ତି ।