ରାସ୍ତାରେ ରଖିଥିବା ବାଇକରୁ ଅଚାନକ ନିଆଁ ଲାଗିଜଳିଗଲା ଲୋକେ ଭୟବିତ

0
413
ରାସ୍ତାରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୪/୫) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ମୁଖ୍ୟ ରାସ୍ତାରେ ରଖିଥିବା ବାଇକରେ ଅଚାନକ ନିଆଁ ଲାଗିଲା ଲୋକେ ଭୟବିତ ।

ଖବର ନେବାରୁ ଜଣାପଡିଛି ଯେ ସେରିଗୁମା ଗାଁ’ର ଯୁବକ ନାଗେଶ ହିମିରିକା ନିଜ ବାଇକ ସିଟି ୧୦୦ ଗାଡି ନଂ ଏପି ୫ ଏ ଏଲ ୮୩୨୦ ଧରି କଲ୍ୟାଣସିଂହପୁର ଆସି ମୁଖ୍ୟ ରାସ୍ତାରେ ଏକ ବେକେରି ନିକଟରେ ବାଇକ ରଖି କେକ୍ କିଣି ବାହାରିବା ବେଳେ ବାଇକରୁ ଅଚାନକ ନିଆଁ ଜଳୁଥିବା ଦେଖିଥିଲା । ନିଆଁ କୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ହୁତ ହୁତ ହୋଇ ନିଆଁ ଲାଗିବାରେ ଲାଗିବାରୁ ଏହା ଦେଖି ରାସ୍ତରେ ଲୋକଙ୍କ ଭିଡ ଜମିଥିଲା । ପ୍ରାୟ ଅଧଘଣ୍ଟା ରାସ୍ତାର ଉଭୟ ପାର୍ଶ୍ୱରେ ଜାମ ହୋଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଉକ୍ତ ଯୁବକ ମିସ୍ତ୍ରୀ ହୋଇଥିବା ବେଳେ ଅନ୍ୟ ସମୟରେ ନିଜ ବାଇକ ଧରି ପରିବା ବିକ୍ରିକରି ନିଜ ପରିବାର ଭରଣ ପୋଷଣ କରିଆସୁଥିଲା ।