୨ ଲକ୍ଷ ୪୦ ହଜାର ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

0
84
୨ ଲକ୍ଷ ୪୦

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୮/୦୫) : ୨୪ କେଜି ଗଞ୍ଜେଇ ଜବତ ସହିତ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା । ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୨ ଲକ୍ଷ ୪୦ ହଜାର ଟଙ୍କା ହୋଇଥିବା ଜଣାପଡିଛି ।

କୋରାପୁଟ ରୁ ରାୟଗଡା ଜିଲ୍ଲା ବିଷମ କଟକ ଅଞ୍ଚଳକୁ ଗଞ୍ଜେଇ, ଟ୍ରେନ ଯୋଗେ ସନ୍ତୋଷ କୁମାର ବଡ଼ନାୟକ ଚୋରାଚାଲାଣ କରାଯାଉଥିଲା । ଖବର ପାଇ ରାୟଗଡା ରେଳ ଷ୍ଟେସନରୁ ଅବକାରୀ ବିଭାଗ ଓ ଆରପିଏଫ ପୋଲିସ ମିଳିତ ଭାବେ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଏକ ଟ୍ରଲି ବ୍ୟାଗରେ ୨୪ କିଲୋ ଗଞ୍ଜେଇ ଚାଲାଣ ନିମନ୍ତେ ଅଣିଥିଲେ । ଯାହାର ଆନୁମାନିକ ବଜାର ଦର, ୨ ଲକ୍ଷ ୪୦ ହଜାର ଟଙ୍କା ହେବ ନେଇ ଅବକାରୀ ବିଭାଗ ପକ୍ଷରୁ ଜଣା ପଡିଛି । ତେବେ ଦିନକୁ ଦିନ ଏପରି ଗଞ୍ଜେଇ ଚୋରାଚାଲାଣ ହେଉଥିବା ସାମ୍ନାକୁ ଆସୁଛି । ତାହାକୁ ରୋକିବା ଆବଶ୍ୟକ ହୋଇପଡୁଛି । ଏହାସହ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ଅବକାରୀ ବିଭାଗ ।