୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି

3
104
୧୪

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୮/୦୫) : ୧୪ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି । ଆଜି ବି ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ କାଳବୈଶାଖି ସମ୍ଭାବନା ।

ପଶ୍ଚିମ ଓଡିଶାରେ ଦେଖିବାକୁ ମିଳିବ ତାତିର ପ୍ରଭାବ । ପଶ୍ଚିମବଙ୍ଗ-ସିକିମ ହୋଇ ଏକ ଟ୍ରଫଲାଇନ ଆଭ୍ୟନ୍ତରୀଣ ଓଡିଶା ଉପରେ ଗତି କରୁଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ବିଜୁଳି, ଘଡଘଡି ଓ ବର୍ଷା ଜାରି ରହିଛି । ଏହି କ୍ରମରେ ଆଜି ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ ଟି ଜିଲ୍ଲାକୁ ଆର୍ଲଟ ଜାରି କରାଯାଇଛି । ଏହି ସମସ୍ତ ଜିଲ୍ଲା ଗୁଡିକ ହେଉଛି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ମୟୁରଭଞ୍ଜ, କନ୍ଧମାଳ ଓ ଢେଙ୍କାନାଳ । ସେପଟେ ଆହୁରି ୫ ଦିନ ଯାଏଁ ତାତିରେ ହନ୍ତସନ୍ତ ହେବ ପଶ୍ଚିମ ଓଡ଼ିଶା ବାସୀ । ଏଠାରେ ଦିନର ତାପମାତ୍ରା ୪୨ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

3 COMMENTS

Comments are closed.