ଜଳିଗଲା ହୋଟେଲ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ

0
89
ଜଳିଗଲା ହୋଟେଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କନ୍ଧମାଳ, (୨୮/୦୫) : କନ୍ଧମାଳ ଜିଲ୍ଲା କ.ନୂଆଗାଁ ହନୁମାନ ମନ୍ଦିର ନିକଟରେ ଥିବା କୁନା ହୋଟେଲରେ ଅଗ୍ନିକାଣ୍ଡ । ଜଳିଗଲା ହୋଟେଲ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଯାଇଛି ।

ସୂଚନା ପ୍ରକାରେ ହୋଟେଲ ଆଜି ବନ୍ଦ ଥିବା ବେଳେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ କୌଣସି କାରଣରୁ ହୋଟେଲରେ ନିଆଁ ଲାଗି ଜଳିଗଲା ହୋଟେଲ । ଖବରପାଇ ହୋଟେଲ ମାଲିକ ଏବଂ ଅଞ୍ଚଳବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହ ବାଲିଗୁଡ଼ା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ସ୍ଥାନୀୟ ଲୋକମାନେ ନିଜ ଉଦ୍ୟମରେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ଇଲେକ୍ଟ୍ରି ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇପାରିନାହିଁ । ଅଗ୍ନିକାଣ୍ଡରେ ହୋଟେଲରେ ଥିବା ରେଫ୍ରିଜିରେଟର, ଆସବାବପତ୍ର ସମେତ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡ଼ି ଜଳି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ସେପଟେ କ୍ଷତିଗ୍ରସ୍ତ ହୋଟେଲ ମାଲିକ ଅସହାୟ ଅବସ୍ଥାରେ ଥିବା ବେଳେ ଦମକଳ ବାହିନୀ ବିଳମ୍ବରେ ପହଞ୍ଚିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।