ଚଳିତ ରଥଯାତ୍ରା କୁ ମୁନିଗୁଡା ବ୍ରାହ୍ମଣ ସମାଜ ତରଫରୁ ଅସହଯୋଗ ନିଷ୍ପତ୍ତି

0
107
ଚଳିତ ରଥଯାତ୍ରା

ରିପୋର୍ଟ : ନରୋତ୍ତମ ପାଢ଼ୀ
ମୁନିଗୁଡା, (୪/୦୬) : ରାୟଗଡା ଜିଲ୍ଲାର ମୁନିଗୁଡା ଜଗନ୍ନାଥ ମନ୍ଦିରରେ ନୀତି କାନ୍ତିରେ ବିଭ୍ରାଟ ଓ ବ୍ରାହ୍ମଣ ସମାଜକୁ ପରିଚାଳନା କମିଟି ତରଫରୁ ଅଣଦେଖା କରିବା ପ୍ରତିବାଦରେ ଚଳିତ ରଥଯାତ୍ରା କୁ ମୁନିଗୁଡା ବ୍ରାହ୍ମଣ ସମାଜ ତରଫରୁ ଅସହଯୋଗ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ସମାଜ ତରଫରୁ ପତ୍ର ସଂଖ୍ୟା ୧୧/୨୦୨୨ ତା ୮/୬/୨୨ ଅନୁଯାୟୀ ଜଗନ୍ନାଥ ମନ୍ଦିର ରେ ମହାପ୍ରଭୁଙ୍କ ଦୈନନ୍ଦିନ ପୂଜା ପଦ୍ଧତି ତଥା ନୀତିକାନ୍ତିରେ ଅନିୟମିତତା ଅନୁଭବ କରି ସ୍ଥାୟୀ ପ୍ରତିକାର ନିମନ୍ତେ ଲିଖିତ ପ୍ରଶ୍ନ ଓ ପ୍ରସ୍ତାବ ଦିଆଯାଇଥିଲା । ହେଲେ ଆଜି ସୁଦ୍ଧା ସେଗୁଡିକର ସମାଧାନ ହୋଇନଥିବା ବେଳେ ଗତ ତିନିବର୍ଷ ହେଲା ପ୍ରସ୍ତୁତି ବୈଠକରେ ବ୍ରାହ୍ମଣ ସମାଜକୁ ଅଣଦେଖା ସହ ଉପେକ୍ଷା କରାଯାଉଛି । ଏ ନେଇ ମୁନିଗୁଡା ବ୍ରାହ୍ମଣ ସମାଜର ତା୨୮/୫/୨୩ରିଖ ସାଧାରଣ ବୈଠକରେ ଚଳିତ ରଥଯାତ୍ରା କୁ ମୁନିଗୁଡା ବ୍ରାହ୍ମଣ ସମାଜ ତରଫରୁ ଅସହଯୋଗ ସର୍ବସମ୍ମତ କ୍ରମେ ନିଷ୍ପତ୍ତି ନିଆଯାଇଥିଲା ।

ପୁଣି ଆଜି ବ୍ରାହ୍ମଣ ସମାଜ ସଭାଗୃହରେ ସଭାପତି ସନ୍ତୋଷ କୁମାର ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଏକ ବରାଦି ବୈଠକ ଆୟୋଜିତ ହୋଇ ପୂର୍ବ ନିଷ୍ପତ୍ତି କାଏମ ରଖାଯାଇଛି । ଏତଦବ୍ୟତୀତ ସମାଜ ତରଫରୁ ଦିଆଯାଇଥିବା ପ୍ରଶ୍ନ ଓ ପ୍ରସ୍ତାବ ତଥା ଜଗନ୍ନାଥ ମନ୍ଦିରରେ ନୀତିକାନ୍ତିରେ ସୁଧାର ନଆସିଛି ସେପର୍ଯ୍ୟନ୍ତ ଏହି ଅସହଯୋଗ ଜାରି ରହିବ ବୋଲି ସଭାପତି ଶ୍ରୀ ବ୍ରହ୍ମା ପ୍ରକାଶ କରିଛନ୍ତି । ଉକ୍ତ ବୈଠକରେ ସମ୍ପାଦକ ରାମକୃଷ୍ଣ ପଣ୍ଡା, ଉପସଭାପତି ରାମକୃଷ୍ଣ ପାଣିଗ୍ରାହୀ, କୋସାଧକ୍ଷ ସୀମାଞ୍ଚଳ ଦାସ, ପୁରୋହିତ ଜାଗା ପଣ୍ଡା, ନିକୁଞ୍ଜ ଶତପଥୀ, ସୀମାଞ୍ଚଳ ପଣ୍ଡା, ବିଦ୍ୟାଧର ଦାସ, ବୃନ୍ଦାବନ ପଢି, ସୁଦାମ ପଣ୍ଡା, ନକୁଳ ମହାନ୍ତି, ଲଷ୍ମୀ ନାରାୟଣ ପାଣିଗ୍ରାହୀ, ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତଥିଲେ ।