ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ

0
201

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୭/୦୮) : ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଆଜି ବୌଦ୍ଧ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇ ଯାଇଛି l

ଓଡିଶା କର୍ମଜୀଵୀ ସାମ୍ବାଦିକ ସଂଘ ରାଜ୍ୟ ଉପ ସଭାପତି ଆଶୁତୋଷ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମୁଖ୍ୟତିଥି ଭାବେ ଯୋଗ ଦେଇ ଗଣତନ୍ତ୍ରରେ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଭୂମିକା ଉପରେ ଆଲୋକ ପାତ କରିଥିଲେ |

ସମ୍ମାନିତ ଅତିଥି ଭାବେ ସିପିଆଇ ନେତା ଅବକାଶ ସାହୁ, ସାମ୍ବାଦିକ ରବି ନାରାୟଣ ପଣ୍ଡା, ବରିଷ୍ଠ ସାମ୍ବାଦିକ ସତ୍ୟଜିତ କୁମାର ପଣ୍ଡା, ପରମାନନ୍ଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ l ବୌଦ୍ଧ ଜିଲ୍ଲାର ସଭାପତି ଆବୁବକର ଖାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ମନ ରଞ୍ଜନ ଦାଶ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଆଦ୍ୟାଶl ରଥ ଓ ସାଇ ଆଚାର୍ଯ୍ୟ l

ଏହି ଅବସରରେ ବୌଦ୍ଧ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବନମାଳୀ ପାଣିଗ୍ରାହୀ, ରଜନୀ କାନ୍ତ ଦାଶ, ବରୋଜ ବେହେରା, ସମାଜସେବୀ ଲବ କୁମାର ଶତପଥି ଏବଂ ସୁବ୍ରତ ବିର୍ତ୍ତିଆ ପ୍ରମୁଖ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l