ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ବାଉଁଶୁଣି ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

0
238

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୨୭/୦୮) : ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ବାଉଁଶୁଣି ମଣ୍ଡଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ପଞ୍ଚମନ ଜଗଦଲାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି l

ସଭା ପ୍ରାରମ୍ଭରେ ନିକଟରେ ସ୍ଵର୍ଗାରୋହଣ କରିଥିବା ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା, ମଧୁସୂଦନ ଦେହୁରୀ, ଜୀବନ ବିକାଶ ଜୁନିଅର ମହାବିଦ୍ୟାଳୟ ଅଧ୍ୟକ୍ଷ କୁନମୁନ ହାତୀ, ପ୍ରକାଶ ଝାଙ୍କର, ସୁବାସ ବାରିକ, ଅଶେଷ ନାଏକ, ପ୍ରଫୁଲ୍ଲ ଗାଈଗୌରୀଆଙ୍କ ବିୟୋଗରେ ଦୁଇ ମିନିଟ ଶୋକ କରାଯାଇଥିଲା । ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନାଇ ଚରଣ ଡାଙ୍ଗ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ l ଆଜିର କାର୍ଯ୍ୟକାରିଣୀ ବୈଠକରେ ସାତ ଗୋଟି ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯାଇ ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା l

ବିଶେଷ କରି ବାଉଁଶୁଣି ମଣ୍ଡଳର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଣରେ ଅନିୟମିତା, ରାସ୍ତା ଘାଟ ମରାମତି ରେ ବ୍ୟାପକ ଦୁର୍ନୀତି ଓ ପ୍ରିୟାପ୍ରୀତି, ମରୁଡ଼ି ଘୋଷଣା ନ କରିବା ସାମିଲ୍ ରହିଛି | ମଣ୍ଡଳ କାର୍ଯ୍ଯକାରିଣୀ ୬୧ ଜଣିଆ ସଦସ୍ୟ ଯୋଗ ଦେଇ ଆଗାମୀ ଦିନରେ ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ସବୁ ସମସ୍ୟା କିପରି ଦୂର ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ନିଜ ନିଜ ୱାର୍ଡ଼ ରେ ଘରକୁ ଘର ବୁଲି ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି l

ଆଜିର କାର୍ଯ୍ୟକ୍ରମରେ ଜିଲ୍ଲାର ସାଧାରଣ ସମ୍ପାଦକ ସୁଶାନ୍ତ ବାଘ, ମୁଣ୍ଡାପଡା ମଣ୍ଡଳ ସଭାପତି ଯୀଶୁ ପ୍ରଧାନ, ସରୋଜ ମେହେର, ଦାମୋଦର ମିଶ୍ର, ହୃଷିକେଶ ମେହେର, ଶରତ କର୍ଣ୍ଣ, ଉମେଶ ମିଶ୍ର, ହିମାଂଶୁ କର୍ଣ୍ଣ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l