ସରକାରୀ ବସ ଚାଲିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ

0
257
ସରକାରୀ ବସ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୯/୬) : ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ରେ ସରକାରୀ ବସ ଚାଲିବାକୁ ବ୍ଳକ ବାସୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ଦାବୀ କରିଥିବା ଜଣାପଡିଛି ।

ରାୟଗଡ଼ା ଜିଲ୍ଲାର ପ୍ରତ୍ୟେକ ବ୍ଳକ ରେ ସରକାରୀ ବସ ଚାଲୁଥିବା ବେଳେ କଲ୍ୟାଣସିଂହପୁର ବ୍ଲକ ରେ ସରକାରଙ୍କ ନଜର ପଢୁ ନଥିବା କଲ୍ୟାଣ ସିଂହପୁର ବ୍ଲକର ବିଭିନ୍ନ ଅଞ୍ଚଳ ର ଲୋକମାନେ ଦାବୀ କରିଛନ୍ତି । ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବୀ କରିଛନ୍ତି ଯେ କଲ୍ୟାଣସିଂହପୁର ଠାରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ, କଲ୍ୟାଣସିଂହପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ କଲ୍ୟାଣସିଂହପୁର ଠାରୁ ବ୍ରହ୍ମପୁର ପର୍ଯ୍ୟନ୍ତ ସରକାରୀବସ ଚଳାଚଳ ପାଇଁ କଲ୍ୟାଣସିଂହପୁର ବାସୀ ଦିବ୍ୟରଞ୍ଜନ ପାଢ଼ୀ, ମନରଞ୍ଜନ ତ୍ରିପାଠୀ କଲ୍ୟାଣସିଂହପୁର ସରପଞ୍ଚ ଗୌତମ ବାର୍ଲି ଏବଂ ବ୍ଳକ ର ବିଭିନ୍ନ ଗ୍ରାମ ବାସୀ ଏକ ଲିଖିତ ଦାବୀ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ନ ଥିବାରୁ ବ୍ଳକ ର ଆସିଷ୍ଟାଣ୍ଟ ୟନ୍ତ୍ରୀ ସବ୍ୟସାଚୀ ନାୟକ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ରାୟଗଡ଼ା ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ବିଭିନ୍ନ ସମୟରେ ଯାତାୟତ ବେଳେ ବହୁ ଅସୁବିଧା ରେ ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।