କର୍କଟ ରୋଗ ରେ ପୀଡିତ ମହେଶ୍ୱର ଉଚ୍ଚ ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ

0
242
କର୍କଟ ରୋଗ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
ରାୟଗଡା, (୧୧/୦୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ଦାଣ୍ଡିଆ ସାହିର ଯୁବକ ମହେଶ୍ୱର ବାଗ (୪୧) ବର୍ଷ ପ୍ରାୟ ବର୍ଷେ ହେବ କର୍କଟ ରୋଗ ରେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ପଡିଛନ୍ତି ।

କର୍କଟ ରୋଗ ରେ ପୀଡିତ ମହେଶ୍ୱର ପୂର୍ବରୁ ସେ ଡ୍ରାଇଭର ଭାବେ କାମ କରି ନିଜର ୨ ଟି ଝିଅ ଦୁଇଟି ପୁଅ ସ୍ତ୍ରୀ ଏବଂ ମାଁ ଓ ଭାଇ ଙ୍କୁ ନେଇ ହସ ଖୁସିରେ ପାରିବାର ଚଳାଇ ଆସୁଥିଲେ, ନିଜର ତେଲ ଲୁଣର ସଂସାର କରି ଆସୁଥିଲେ, ହଠାତ ଅସୁସ୍ଥ ହୋଇ ପୋଡିବାରୁ ବିଷମ କଟକ ମେଡିକାଲ କୁ ନେଇଥିଲେ ସେଠାରେ ଚିକିତ୍ସା କଲାପରେ ଘରକୁ ଫେରିଥିଲେ, କିଛି ଦିନି ପରେ ଧୀରେ ଧୀରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାର ଲାଗିଲା, ପରିବାର ଲୋକ ଭୁବନେଶ୍ୱର ର ଏମ୍ସ ମେଡିକାଲ ସହ ଯୋଗା ଯୋଗ ହେଲା ପରେ ଭୁବନେଶ୍ୱର ଧରିକି ଯାଇଥିଲେ ସଠାରେ ଚିକିତ୍ସିତ ହେଲା ପରେ ସର୍ଜରୀ କରାଯାଇଥିଲା, ସର୍ଜରୀ ହେବା ପରେ ଟିକେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ହେବା ପରେ ଘରକୁ ଫେରି ଆସିଥିଲେ । ଦେହ ଟିକେ ଭଲ ଲାଗିବା ପରେ ପୁନର୍ବାର ନିଜର ପୂର୍ବଭଳି ଡ୍ରାଇଭର କାମରେ ଯୋଗ ଦେଇଥିଲେ, କିଛି ଦିନ କାମ କଲା ପରେ ଆଉ ଥରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ଲାଗିଲା, ଓଳିଏ ଖାଇଲେ ଓଳିଏ ଭକ ଉପାସରେ ରହିବା ପାରିବାର କଣ କରିବେ କଣ ନାହିଁ, ସମସ୍ତ ପରିବାର କୁ ଏକ ମାତ୍ର ରାଜଗାରିଆ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ଦେଖି ପୁରା ପରିବାର ଚିନ୍ତାରେ ରହିଥିଲେ ।

ଗୋଟିଏ ପଟେ ସ୍ୱାମୀର ସ୍ୱାସ୍ଥ୍ୟ ଅବସ୍ଥା ଦେଖି ସହି ନପାରି ସ୍ତ୍ରୀ ଧାର କରଜ କରି ବିଶାଖାପାଟଣା ର ମହାତ୍ମାଗାନ୍ଧୀ କେନ୍ସର ହସ୍ପିଟାଲ କୁ ନେଇଥିଲେ ସେଠାରେ ଚିକିତ୍ସା କଲାପରେ ସ୍କେନିଙ୍ଗ ରିପୋର୍ଟ ଆସିଲା କେନ୍ସର ବୋଲି ପୁରା ପାରିବାର ଭାଙ୍ଗି ପଡିଥିଲେ, ପରେ କଲ୍ୟାଣସିଂହପୁର ଡ୍ରାଇଭର ମହାସଂଘ ୫ ହଜାର ଟଙ୍କା ରାୟଗଡା ଡ୍ରାଇଭର ୟୁନିଅନ ୧୦ ହଜାର ଟଙ୍କା ଏବଂ ନିଜ ମାଲିକ ୧୦ ହଜାର ଟଙ୍କା ସାହାଯ୍ୟ କରିଥିଲେ ଏହି ଟଙ୍କା ଦ୍ୱାରା କିଛି ଚିକିତ୍ସା କରାଯାଇଥିଲା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଦ୍ୱାରା କିଛି ଚିକିତ୍ସା ହେଲା ପରେ ବର୍ତମାନ ଅର୍ଥ ଅଭାବରୁ ଘରକୁ ଫେରିଛନ୍ତି ମହେଶ୍ୱର ନିଜର ଉଚ୍ଚ ଚିକିତ୍ସା ପାଇଁ ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନ ର ସହାୟତା ଅପେକ୍ଷା ରେ ରହିଛନ୍ତି ।