ବିଜୁଜନତା ଦଳ ର ମିଶ୍ରଣ ପର୍ବ

0
294
ବିଜୁଜନତା ଦଳ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୦/୬) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ର ଶିକରପାଇ ଗ୍ରାମ ପଞ୍ଚାୟତ ର ସଦର ଡଙ୍ଗରିଆ ସାହି ର ମୋଟ ୭୦ ପରିବାର ଆଜି କାର ବିଜୁଜନତା ଦଳ ମିଶ୍ରଣ ପର୍ବରେ ଯୋଗଦେଇ ବିଜେଡି ରେ ସାମିଲ ହୋଇଥିବା ଜଣାପଡିଛି ।WhatsApp Image 2023 06 10 at 18.02.02 ବିଜୁଜନତା ଦଳ ର ମିଶ୍ରଣ ପର୍ବ

ବିଜୁଜନତା ଦଳ ର ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ଆଦିବାସୀ, ହରିଜନ, ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା ସମ୍ମାନୀୟ ଅତିଥି ରୂପେ ବିଜୁ ଜନତା ଦଳ ଜିଲ୍ଲା ସଭାପତି ତଥା ରାଜ୍ୟ ସଦସ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ଅତିଥି ରୂପେ ବ୍ଳକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ଅତିଥି ରୂପେ ବିଜୁ ଜନତା ଦଳ ଜିଲ୍ଲା ଯୁବ ସଭାପତି ଦେବାଶିଷ ଖାଡାଙ୍ଗା ବିଜେଡ଼ି ବ୍ଳକ ସଭାପତି ସୁନ୍ଦର ରାଓ ବାଗ, ଆଦିବାସୀ ଉନ୍ନୟନ ପରିଷଦ ର ଜିଲ୍ଲା ଉପସଭାପତି ବନମାଲି କାଡ୍ରାକା ବ୍ଳକ ଉପଧ୍ୟକ୍ଷ ଡମ୍ବୁରୁ କଞ୍ଜ।କା, ବିଧାୟକ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ଈଶ୍ୱର ଗୋପାଳ ଚେଠି ମଞ୍ଚାସିନ ରହିଥିବା ବେଳେ ମୁଖ୍ୟ ଭକ୍ତା ବାଭେ ଶଙ୍କର ହୁଈକା ମଞ୍ଚାସିନ ରହି ସମସ୍ତ ଅତିଥି ସ୍ଵାଗତ କରିଥିଲେ ।

ବିଜୁ ଜନତା ଦଳ ଉପ ଦେଷ୍ଟା ଶ୍ରୀ ଦାସ ତାଙ୍କର ଭକ୍ତବ୍ୟ ରେ କହିଥିଲେ ଯେ ଜନତା ଦଳ ର ୨୪ ବର୍ଷ ଶାସନ ଉପଲକ୍ଷେ କଲ୍ୟାଣସିଂହପୁର ବ୍ଳକ ଯାତାୟତ ର ସୁବିଧା ପାଇଁ ଶିକରପାଇ ପଞ୍ଚାୟତ ର ସାଜା ଗାଁ କୁ ପୋଲ ନିର୍ମାଣ ଓ ପୂଜାରିଗୁଡା ଠାରୁ କ୍ରିଷ୍ଣା ପାତ୍ରଗୁଡାକୁ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ଶିକରପାଇ ପଞ୍ଚାୟତ ବାସୀ ସମେତ ବ୍ଲକର ବିଜୁ ଜନତା ଦଳ ର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।