ଗୋ-ଚାଲାଣ କୁ ରୋକିଲା ପୋଲିସ ୭ ଗାଈ ଜବତ ବୋଲେରୋ ଅଟକ

0
98
ଗୋ-ଚାଲାଣ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୨/୬) : କାଶୀନଗର ଓ ଆଖ ପାଖ ଅଞ୍ଚଳ ରୂ ଅବାଧ ଗୋ-ଚାଲାଣ ହେଉଥିବା ବେଳେ ପୋଲିସ ଏହାକୁ ଧରିବାରେ ସକ୍ଷମ ହୋଇଛି ।

ଗତ କାଲି ରାତିରେ ଏକ ପିକଅପ ଭ୍ୟାନ ରେ ଗୋ-ଚାଲାଣ ହେଉଥିଲା ଯାହାର ନଂ.AP39UM4191 ଅଟେ । ଏହି ଗୋରୁ ଗୁଡିକ ସୁଦୂର ବ୍ରହ୍ମଣି ହାଟ ରୂ ଆସିଥାଏ । ପ୍ରତ୍ୟେକ ଶନିବାର ଦିନ ଗୋରୁ ଗୁଡିକୁ ୪୦ ରୂ ୪୫ କି.ମି. ରାସ୍ତା ଚଲାଇ ରକ୍ତାକ୍ତ ଅବସ୍ଥାରେ ସେମାନଙ୍କୁ ଆଣି ହାଡୁଭାଙ୍ଗି ଛକ ଦେଇ ଆନ୍ଦ୍ର କୁ ଚାଲାଣ ହୋଇଥାଏ, ଏହି ଦୃଶ୍ୟ କୁ ପଶୁପ୍ରେମୀ ମାନେ ସାହି ପାରୁନାହାନ୍ତି । ପୋଲିସ ୭ ଟି ଗୋରୁ ଜବତ କରି ହାଡୁଭାଙ୍ଗି ସରପଞ୍ଚ ଙ୍କୁ ଜିମା ଦେଇଛନ୍ତି ଓ ଥାନା କେସ ନଂ ୭୦/୨୩ ରେ ମୋକାଧାମା ରୁଜ୍ଜୁ କରି ଡ୍ରାଇଭର ଏସ. ସନ୍ତୋଷ , ନରସାନା ପେଟ ଙ୍କୁ ଗିରଫ କରିଥିବା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଏହି ଗୋ-ଚାଲାଣ ରାକେଟ ପଛରେ ଆହୁରି ଅଧିକ ଲୋକ ଙ୍କ ସମ୍ପୃକ୍ତି ରହିଛି ବୋଲି ଜଣାପଡିଛି ।