ନୁଆଁ ଥାନା ଅଧିକାରୀ ଙ୍କୁ ଚ୍ୟାଲେଞ୍ଜ ଦେଲେ ଚୋର

0
82
ନୁଆଁ ଥାନା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୬/୦୬) : ନୁଆଁ ଥାନା ଅଧିକାରୀ ଙ୍କୁ ଚ୍ୟାଲେଞ୍ଜ ଦେଲେ ଚୋର l

ଗତ ୧୪ ତାରିଖ ମଧ୍ୟ ରାତିରେ ସୋନପୁର ଶାନ୍ତି ନଗର ଅଞ୍ଚଳ ର ସଂଜୀବ ପାଣିଗ୍ରାହୀ ଙ୍କ ଘରେ ଭଡା ରହୁଥିବା ଏଲ ଆଇ ଡିଭିଜନ ର ଜେଇ ଦିଲ୍ଲୀପ କର ଙ୍କ ଘରୁ କେହି ଜଣ ଦୁବୁର୍ତ୍ତ ଘର ଗ୍ରିଲ ଓ ଗୋଦରେଜ ଭାଙ୍ଗି ତାଙ୍କ ଘରୁ ସୁନା କାନ ଫୁଲ ୫ ସେଟ, ଚେନ ଏକ ପିସ, କିଛି ସୁନା ଲକେଟ ସମୁଦାୟ ୩ ଲକ୍ଷ ମୂଲ୍ୟ ର ସୁନା ସହିତ ୧୫, ୫୦୦ ଟଙ୍କା କେସ ଚୋରି କରି ନେଇଥିବା ଜଣା ଯାଇଛି l ଆଜି ସକାଳେ ଏ ନେଇ ସୋନପୁର ନୁଆଁ ଥାନା ରେ ଶ୍ରୀ କର ଅଭିଯୋଗ କଲା ପରେ କେସ ନମ୍ବର ୩୧୩ ଆଧାର ରେ ଆଇ ଓ ସେକେଣ୍ଡ ଅଫିସର ସସ୍ମିତା ଭୁତୀଆ ଏ ଘଟଣା ର ତଦନ୍ତ କରୁଥିବା ଜଣାପଡିଛି l ଘଟଣା ସ୍ଥଳ ରେ ଡକ ସ୍କୁଆର୍ଡ, ଫରେନସିକ ଟିମ ପହଞ୍ଚି ଅଧିକ ତଦନ୍ତ କରି ଖୁବ ଶୀଘ୍ର ଏ ଘଟଣା ର ପର୍ଦାଫାଶ କରାଯିବ ବୋଲି ଆଇ ଓ ମିସ ଭୂତିଆଙ୍କ ଠାରୁ ସୂଚନା ମିଳିଛି l