ଚାନ୍ଦିଲି ଥାନା ପକ୍ଷରୁ ଚୋରିଯାଇଥିବା ଜିନିଷ ଉଦ୍ଧାର

0
212
ଚାନ୍ଦିଲି ଥାନା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୫/୦୬) : ବ୍ଲକ ଚାନ୍ଦିଲି ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ଜିନିଷ ଉଦ୍ଧାର ସହିତ ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ ସଫଳତା ହାସଲ କରିଥିବା ଏକ ପ୍ରେସ ବିଜ୍ଞପ୍ତିରେ ପୋଲିସ ମୁଖ୍ୟାଳୟ ପକ୍ଷରୁ ଚାନ୍ଦିଲି ଥାନା ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।WhatsApp Image 2023 06 16 at 11.00.26 ଚାନ୍ଦିଲି ଥାନା ପକ୍ଷରୁ ଚୋରିଯାଇଥିବା ଜିନିଷ ଉଦ୍ଧାର

ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ପୋଲିସ ଅଧିକାରୀ ଶ୍ରୀ ବି କେ ପାତ୍ର ଓ ଚାନ୍ଦିଲି ଥାନା ଅଧିକାରୀ ଶ୍ରୀ ଯଶୋବନ୍ତ ହିଆଲ ଯୋଗ ଦେଇ ଥେରୁବାଲି ଓ ଅନ୍ୟାନ୍ୟ ଅଞ୍ଚଳରୁ ଚୋରି ଯାଇଥିବା ୫ଟି ବାଜାଜ ପଲସର୍ ଗୋଟିଏ ହିରୋ ଗ୍ଲାମର ୨ ଟି ପାସନ୍ ପ୍ଲସ ୨ଟି ହୀରୋ ହୁଣ୍ଡା ସ୍ପ୍ଲେଣ୍ଡର୧ଟି ବାଜାଜ ସ୍ପ୍ଲେଣ୍ଡର୍ ହୁଣ୍ଡା ୧ଟି ସି ବି ଜେଡ ୪ଟି ମୋବାଇଲ ଫୋନ୍ ଓ ଗୋଟିଏ ଲାପଟବ୍ ଉଦ୍ଧାର ହେବା ସହ ଅଭିଯୁକ୍ତ ମାନଙ୍କୁ ଧରାଯାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି । ଜିନିଷ ଉଦ୍ଧାର ପାଇଥିବାରୁ ଅଭିଯୋଗ କାରି ମାନେ ଖୁସି ବ୍ୟକ୍ତ କରିବା ସହ ପୋଲିସ ପ୍ରଶାସନ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଚାନ୍ଦିଲିଥାନା ପକ୍ଷରୁ ଉଦ୍ଧାର ଜିନିଷ ମଧ୍ୟ ରୁକୁଲିର ଗୋଟିଏ ବାଇକ, ମୋବାଇଲ ଫୋନ ଓ ଲାବଟପ୍ ଥେରୁ ବାଲିର ଅଭିଯୋଗ କାରିଙ୍କୁ ହସ୍ତାନ୍ତର କରାଯାଇଥିଲା ।