ଏଟିଏମରୁ ଟଙ୍କା ବାହାର କରିବା ବାହାନାରେ କରୁଥିଲେ ଲୁଟ୍, ଧରିଲା ପୋଲିସ

0
79
ଏଟିଏମରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୧୬/୦୬) : ଏଟିଏମ ଲୁଟେରାଙ୍କୁ ଗିରଫ କଲା ପୋଲିସ । ଏଟିଏମରୁ ଟଙ୍କା ବାହାର କରିବା ବାହାନାରେ କରୁଥିଲେ ଲୁଟ୍ । ୨ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କଲ ରମ୍ଭା ଥାନା ପୋଲିସ ।

ଏଟିଏମରୁ ଟଙ୍କା ବାହାର କରିବା ବାହାନାରେ କରୁଥିଲେ ଲୁଟ୍ । ଅଭଯୁକ୍ତ ଙ୍କ ଠାରୁ ୧୨ଟି ଏଟିଏମ ସହ ୯୨ ହଜାର ଟଙ୍କା ଜବତ । ଜବତ ହୋଇଥିବା ଟଙ୍କାକୁ ଲୁଟର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ଫେରାଇଛନ୍ତି ରମ୍ଭା ଥାନା ପୋଲିସ । ଦୁଇ ଲୁଟେରା ହେଲେ, ଚମାଖଣ୍ଡି ଥାନା ସିତାରାମପୁର ଗାଁ’ର ହରିହର ରେଡି ଓ ଲକ୍ଷ୍ମୀପୁର ଗାଁ’ର ରଘୁନାଥ ରେଡି । ଏହି ଦୁଇଜଣ ଆନ୍ତଃ ରାଜ୍ୟ ଲୁଟେରା ମାନେ ଦୀର୍ଘ ସମୟ ଧରି କୌଣସି ଏଟିଏମ୍ ପାଖରେ ଜଗିରୁହନ୍ତି । କୌଣସି ବରିଷ୍ଠ ନାଗରିକ ଏଟିଏମକୁ ଟଙ୍କା ଉଠାଇବାକୁ ଗଲେ, ସେମାନଙ୍କୁ ସାହାଯ୍ୟ କରିବା କରିବା ଉଦ୍ଦେଶ୍ୟରେ ଭିତରକୁ ଯାଆନ୍ତି । ଆଉ ସୁଯୋଗ ଦେଖି ଏଟିଏମ୍ କାର୍ଡ ବଦଳାଇ ଦେଇଥାନ୍ତି । ଆଉ ସମୟ ଦେଖି ଟଙ୍କା ଲୁଟି ନେଇଥାନ୍ତି । ମଙ୍ଗଳବାର ଦୁଇ ଲୁଟେରା ପାଲୁର ଛକରେ ଥିବା ଏଟିଏମ୍ ନିକଟରୁ ଏଭଳି ଏଟିଏମ୍ କାର୍ଡ ବଦଳ କରି ଫେରାର ହେଉଥିବା ବେଳେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ଦୁଇଜଣଙ୍କ ନାଁ’ରେ ରମ୍ଭା ଥାନାରେ ଦୁଇଟି ମାମଲା ରହିଛି । ଏହାଛଡା ଅନ୍ୟ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।