ରଥଯାତ୍ରା ସୁରୁଖୁରୁରେ ପାଳନ ନେଇ ଦ୍ଵିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
142
ରଥଯାତ୍ରା ସୁରୁଖୁରୁରେ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୭/୬) : ଆଜି ଅପରାହ୍ନ ୪.୩୦ ଘଟିକା ସମୟରେ ଗୁଣପୁର ଉପ ଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ଅଧ୍ୟକ୍ଷତାରେ ଗୁଣପୁର ରଥଯାତ୍ରା ସୁରୁଖୁରୁରେ ପାଳନ ନିମନ୍ତେ ଦ୍ଵିତୀୟ ପ୍ରର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2023 06 17 at 21.06.41 ରଥଯାତ୍ରା ସୁରୁଖୁରୁରେ ପାଳନ ନେଇ ଦ୍ଵିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାନ୍ୟବର ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗାନ୍ଧୀ ଅନୁଷ୍ଠାନର ଅଧ୍ୟକ୍ଷ ସତ୍ୟ ପ୍ରକାଶ ପଣ୍ଡା, ଗୁଣପୁର ପୌରାଧ୍ୟକ୍ଷ ଶ୍ରୀମତୀ ମମତା ଗୌଡ଼, ଗାନ୍ଧୀ ଅନୁଷ୍ଠାନର ଉପ ସଭାପତି ଚନ୍ଦ୍ରଧ୍ଵଜ ପଣ୍ଡା, ଗୁଣପୁର ପୌର ନିର୍ବାହୀ ଅଧିକାରୀ ସତ୍ୟ ସମ୍ପୂର୍ଣ୍ଣା ରାଉତ ମଞ୍ଚସିନ ଥିବା ବେଳେ ତହସିଲଦାର ଶରତ ଚନ୍ଦ୍ର ନାୟକ ସଭା କାର୍ଯ୍ୟ ସଂଯୋଜନା କରିଥିଲେ । ରଥଯାତ୍ରା ସୁରୁଖୁରୁରେ ପାଳନ ନେଇ ଦ୍ଵିତୀୟ ପର୍ଯ୍ୟାୟ ପ୍ରସ୍ତୁତି ବୈଠକରେ ବିଶେଷ କରି ରଥ ନିର୍ମାଣ, ରାସ୍ତା ମରାମତି, ମନ୍ଦିର ଚୂନ ଦିଆ, ଅଲୋକୀକରଣ, ପାନୀୟ ଜଳ ଯୋଗାଣ, ଅଇନ ଶୃଙ୍ଖଳା, ଗାଡି ପାର୍କିଂ, ପାଣି ସିଞ୍ଚନ, ଏନ ସି ସି ଛାତ୍ର ଛାତ୍ରୀଙ୍କ ଉପସ୍ଥିତି, ସଂକୀର୍ତ୍ତନ ମଣ୍ଡଳୀ, ଅର୍ଥ ସଂଗ୍ରହ, ଧାରା ବିବରଣୀ ପ୍ରଦାନ, ପ୍ରାଥମିକ ଚିକିତ୍ସା, ସି ସି କ୍ୟାମେରା ଲଗାଇବା, ଶ୍ରୀ ଜୀଉଙ୍କ ସୁନାବେଶ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା ।

ବିଶେଷ କରି ଜନ ଗହଳିକୁ ଲକ୍ଷ କରି ପୋଲିସ ପ୍ରଶାସନ ସଜାଗ ରହିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପୋଲିସ ବିଭାଗକୁ ଅନୁରୋଧ କରାଯାଇଥିଲା । ଆଜିର ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା, ଅକ୍ଷୟ ଦାସ, ଦେବେନ୍ଦ୍ର ଚୌଧୁରୀ, ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ରାମମୂର୍ତ୍ତ ଗମାଙ୍ଗ, ଥାନା ଅଧିକାରୀ ନୀଳମ୍ବର ଜାନୀ, ସହକାରୀ ଯନ୍ତ୍ରୀ ରାସ୍ତା ଓ କୋଠାବାଡି, ବନଖଣ୍ଡ ଅଧିକାରୀ, ସହକାରୀ ଯନ୍ତ୍ରୀ ଟାଟା ପାୱାର, ସେବାୟତ, ସ୍ୱଚ୍ଛ।ସେବୀଙ୍କ ସମେତ ସାମ୍ବାଦିକ ସମୂହ ଉପସ୍ଥିତ ଥିଲେ ।