ଅମଲା ସଙ୍ଘ ର ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ, ସାଧାରଣ ଲୋକେ ହଇରାଣ ର ଶିକାର 

0
89
ଅମଲା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୭/୦୬) : ଅମଲା ଙ୍କ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବା ବେଳେ ସାଧାରଣ ଲୋକେ ହଇରାଣ ହରକତ ର ଶିକାର ହେଉଥିବା ଦେଖା ଯାଉଛି ।

ପ୍ରକାଶ ଯେ ବଲାଙ୍ଗୀର ଜିଲ୍ଲା ମିଳିତ ଅମଲା ସଂଘ ତରଫରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି । ଓ ଆର ଏସ ପି ରୁଲ /୨୦୧୭ କୁ କାର୍ଯ୍ୟକ୍ଷମ କରିବା, ଲେବେଲ -୪ ରୁ ଲେବେଲ-୯ ପର୍ଯ୍ୟନ୍ତ ସମସ୍ତ ଅମଲା ଙ୍କ ମୂଳ ଦରମା ପ୍ରଦାନ ଆଦି ଦାବି କରି କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ସାଧାରଣ ଲୋକେ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେଉଥିବା ଦେଖାଯାଉଛି । ସେହିପରି ଟିଟିଲାଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ ଆମଲା ଧାରଣା ଦେଇଥିବା ବେଳେ ଆବାସ ଯୋଜନା, ବିଭିନ୍ନ ପ୍ରମାଣ ପତ୍ର ନିମନ୍ତେ ଲୋକେ ଆସି ହଇରାଣ ହରକତ ହୋଇ ଆସୁଥିବା ଦେଖାଯାଉଛି । ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ଆମଲା ସଙ୍ଘ ତରଫରୁ ତୁରନ୍ତ ସମସ୍ତ ଦାବି ପୂରଣ କରାଯାଉ ବୋଲି ପ୍ରକାଶ କରିଛନ୍ତି ।