ବରଗଡ଼ ଉପ କାରାଗାର ସୁଇପର ଙ୍କ ଘରୁ ୨ ହଜାର କଫ ସିରଫ ବୋତଲ ଜବତ

0
232

ରିପୋର୍ଟ : ସନ୍ତୋଷ ନାୟକ //
ବରଗଡ଼,ତା(୨୮/୦୮) : ବରଗଡ଼ ଉପ କାରାଗାର ସୁଇପର ଙ୍କ ଘରୁ ୨ ହଜାର କଫ ସିରଫ ବୋତଲ ଜବତ | ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଚୁର ପରିମାଣରେ ଏସ କଫ ନାମକ ନିଶାଯୁକ୍ତ କଫସିରଫ ର ବ୍ୟାପକ ବେଆଇନ କାରବାର ବୃଦ୍ଧି ନେଇ ବିଗତ ଦିନରେ ପୋଲିସ ର ବ୍ୟାପକ ପଦକ୍ଷେପ ନେବା ସହ ଅନେକ ବ୍ୟବସାୟୀ ଙ୍କୁ ଗିରଫ ସହ କୋର୍ଟ ଚାଲାଣ କରିଥିଲା । ଏହି ବଲାଙ୍ଗୀର ଜିଲ୍ଲାକୁ ପଡୋଶୀ ବରଗଡ଼ ଜିଲ୍ଲା ତଥା କଟକ ରୁ ଏହି ବେଆଇନ କଫସିରଫ ଯୋଗାଇଦିଆଯାଉଥିଲା ।

ବରଗଡ଼ ଉପ କାରାଗାର ସୁଇପର ଙ୍କ ଘରୁ ୨ ହଜାର କଫ ସିରଫ ବୋତଲ ଜବତ | ଏହି ବରଗଡ଼ ରେ ଏକ ଏସକଫ ନାମକ କଫସିରଫ ର ଫ୍ୟାକ୍ଟ୍ରି ଉପରେ ବିଗତ ଦିନରେ ଚଢ଼ାଉ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଉକ୍ତ ଫ୍ୟାକ୍ଟ୍ରି କୁ ବେଆଇନ ଭାବେ ଲୁଚା, ଛପା ଭାବେ ଚଳାଯାଉଥିବା ଅଭିଯୋଗ ହୋଇଛି । ଇତି ମଧ୍ୟରେ ବଲାଙ୍ଗୀର ଜିଲ୍ଲା ପରି ବରଗଡ଼ ଜିଲ୍ଲାରେ ଏହି କାରବାର ଚାଲୁଥିବା ଓ ବଲାଙ୍ଗୀର ତଥା ଅନ୍ୟ ଦୂର ଅନ୍ୟ ଅଞ୍ଚଳକୁ ଚାଲାଣ ବୃଦ୍ଧି ପାଇବା ଅଭିଯୋଗ ହୋଇଆସୁଛି ।

ଥାନା ନିକଟରେ ଥିବା ଉପ କାରାଗାର(ସବ୍‌ଜେଲରେ) ପରିସର ମଧ୍ୟ ବାଦ ପଡିନାହିଁ । ଗତକାଲି ବରଗଡ଼ ଟାଉନ ପୋଲିସ ଜେଲରେ ଅତର୍କିତ ଚଢାଉ କରିଥିଲେ । ଚଢାଉ ବେଳେ ସବ୍‌ଜେଲରେ କାର୍ୟ୍ୟରତ ସୁଇପର ଆକାଶ ସିନ୍ଦ୍ରିଆଙ୍କ କ୍ୱାର୍ଟରରୁ ୨ହଜାର ବୋତଲ କଫ ସିରଫ ଜବତ କରାଯାଇଥିବା ସୂଚନା ମିଳିଛି । ପୋଲିସ ସୁଇପର ସିନ୍ଦ୍ରିଆଙ୍କୁ ଥାନାକୁ ଆଣି ଅଧିକ ପଚରାଉଚୁରା କରୁଥିବା ଜଣା ପଡିଛି ।

ସୂଚନା ଅନୁସାରେ ଏହି କାରବାରରେ ଏକ ରାକେଟ ଥିବା ଅନୁମାନ କରାଯାଉଛି । ଏ ସକ୍ରାନ୍ତରେ ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାରୀ କହିଛନ୍ତି, ଘଟଣାର ଅଧିକ ତଦନ୍ତ ଚାଲିଛି । ଏଥିରେ ସପ୍ସପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି । ସ୍ଥାନୀୟ ଟାଉନ ଥାନାର କିଛି ଦୂରରେ ରହିଥିବା ଜେଲ ପରିସରରୁ ଜଣେ ଜେଲ କର୍ମଚାରୀଙ୍କ ସରକାରୀ କ୍ୱାର୍ଟରରୁ ବିପୁଳ ପରିମାଣର କଫ ସିରଫ ଜବତ ହେବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି ।

ଅନ୍ୟପକ୍ଷେ ଜେଲ କର୍ମଚାରୀଙ୍କ କ୍ୱାର୍ଟରରେ କଫ ସିରଫ ସୁରକ୍ଷିତ ରଖିବାକୁ ନିଶା ମାଫିଆମାନେ ଉଚିତ ମଣିଥିବା ଏବଂ ସେଠାରୁ ଜେଲରେ ବିଚାରାଧୀନ ଭାବେ ରହିଥିବା ନିଶା ଅଭ୍ୟସ୍ତ ବନ୍ଦୀମାନଙ୍କୁ ତାହା ଯୋଗାଇ ଦିଆଯାଉଥିଲା ବୋଲି ଆଲୋଚନା ହେଉଛି । ଏହା ସହିତ ନିଶା ମାଫିଆମାନେ କଫ ସିରଫ ଗଚ୍ଛିତ ରଖି ଅନ୍ୟତ୍ର ଚାଲାଣ କରାଯାଉଥିବା ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ଯେ, ଏହି ଜବତ ସିରଫ ନେଇ ପଚାରିବାରୁ ଜେଲର୍‌ ଅଞ୍ଜଳି ପଟେଲ କହିଛନ୍ତି, ଯେ,ଏ ବିଷୟରେ ସେ କିଛି ଜାଣି ନାହାନ୍ତି । ପୋଲିସ ଚଢାଉ କରିଥିଲା ଏବଂ ପୋଲିସ ହିଁ କହି ପାରିବ । ପୋଲିସ ଚଢାଉ ନେଇ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ସାରିଛନ୍ତି ଏବଂ ସମ୍ପୁକ୍ତ ସୁଇପରଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜେଲର୍‌ ଅଞ୍ଜଳି ପଟେଲ ଫୋନ ଯୋଗେ ସୂଚନା ଦେଇଛନ୍ତି ।