ନିୟମଗିରିରେ ମାଓ ପୋଷ୍ଟର ବାଘୁନା ଡିଭିଜନ ପୋଷ୍ଟର ମାରି ନିଜର ସ୍ଥିତି ଜାହିରକରିଛି

0
295
ନିୟମଗିରିରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୩/୬) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ନିୟମଗିରିରେ ୪ଟି ସ୍ଥାନରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି ସିପିଆଇଏମ ମାଓବାଦୀ ବାଘୁନା ଡିଭିଜନ ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି ।

ନିୟମଗିରିରେ ହେବାକୁ ଥିବା ପର୍ଯ୍ୟଟନ କେନ୍ଦ୍ର ବନ୍ଦ କରାଯାଉ, ଜଙ୍ଗଲ ଜମି ପାଣିକୁ ସୁରକ୍ଷା ପ୍ରଦାନ, ବେଦାନ୍ତ ଆଲୁମିନା ଦଲାଲ ବନ୍ଦ ହେଉ, ଆଦର୍ଶ ବିଦ୍ୟାଳୟ ଓ ଟିଭି ଡାକ୍ତରଖାନା ପ୍ରତିଷ୍ଠା କରାଯାଉ ବୋଲି ପୋଷ୍ଟରରେ ଉଲ୍ଲେଖ କରିବା ସହ ସାଇନିଂ କଳାହାଣ୍ଡି ହେଉଛି ବେଦାନ୍ତର ଦଲାଲ ଓ ଓପିଲିପି ବେଦାନ୍ତର ଏକପ୍ରକାର ଦଲାଲ । ବେଦାନ୍ତକୁ ନିୟମଗିରି ଦେବା ପାଇଁ ସରକାର ଲେଣ୍ଡ ବ୍ୟାଙ୍କ ଗଠନକରି ଜଙ୍ଗଲ ଜମିକୁ ରଖିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି । କିନ୍ତୁ ଆଗାମୀ ଦିନରେ ବେଦାନ୍ତକୁ ଟେକି ଦେବାପାଇଁ ଯୋଜନା କରିଛନ୍ତି ତାହା ଶୀଘ୍ର ଫେରାଇ ନେବାକୁ ଦାବି କରି ଆନ୍ଦୋଳନକୁ ଜୋରଦାର କରନ୍ତୁ ବୋଲି ଉଲ୍ଲେଖ କରିଛନ୍ତି । ଉକ୍ତ ପୋଷ୍ଟର ଗୁଡିକ ଡିକେଡିଏ ପାର୍ଶାଲି କାର୍ଯ୍ୟଳୟ ସମ୍ମୁଖ ଆମ୍ବ ଗଛ ଓ କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଛି । ଶେଷରେ ସିପିଆଇ ମାଓବାଦୀ ବାଘୁନା ଡିଭିଜନ ବୋଲି ଉଲ୍ଲେଖ ରହିଛି ।