ଆନ୍ଧ୍ର ଧାନ ବିହନ ବେପାରୀ ମାଲାମାଲ

0
120
ଆନ୍ଧ୍ର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୬) : ଆନ୍ଧ୍ର ଧାନ ବିହନ ବେପାରୀ ମାଲାମାଲ । ଗଜପତି ଜିଲ୍ଲାପାଳ ର କାଶୀନଗର ବ୍ଲକ ରେ ଧାନ ବିହନ ବିକ୍ରୀ ର ଅବାଭି ଦେଖା ଯାଇଥିବାରୁ ଚାଷୀକୁଳ କ୍ଷଭୋ ପ୍ରକାଶ କରିଛନ୍ତି ।

ବର୍ତମାନ ଚାରିଆଡେ ପ୍ରାକ ମୌସୁମୀ ବର୍ଷା ହୋଇଛି, ଚାଷୀକୁଳ ନିଜ କ୍ଷେତ କୁ ପ୍ରସ୍ତୁତ କରି ଯଗି ବସିଛି ଜେ ଭଲ ବିହନ କେମିତି ପାଇବ, ଏତିକିବେଳକୁ ସରକାରୀ ସଂସ୍ଥା ପୂର୍ବ ପ୍ରସ୍ତୁତି କରିନଥିବା ଅଭିଯୋଗ ହୋଇଛି, ଏହାର ମୌକା ନେଇ ଆନ୍ଧ୍ର ବେପାରୀ ସକ୍ରିୟ ହୋଇ ବିଭିନ୍ନ ବସ ରେ ବେପାର କୁ ଜୋରଦାର କରି ମାଲାମାଲ ହେଉଛନ୍ତି, କୃଷି ଅଧିକାରୀ ଙ୍କୁ ଏ ନେଇ ପଚାରିବାରେ ସେ କାଶୀନଗର ଏନ ଏ ସି ରେ ଗୋଟିଏ ବିହନ ଦୋକାନ ଖୋଲା ଯାଇଛି ବ୍ଲକ ରେ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଥିବା କହିଛନ୍ତି । ସେପଟ ଚାଷୀ ବିହନ ଅପେକ୍ଷାରେ, ଏଣୁ ସେବା ସମବାୟ ସମିତି ଦ୍ୱାରା ଆବଶ୍ୟକ ହେଉଥିବା ବିହନ ଯଥେଷ୍ଟ ମହଜୁଦ ରଖିବାକୁ ଚାଷୀ ମାନେ ଦାବୀ କରିଛନ୍ତି ।