ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ ମଦ ବେପାର

0
80
ଦିନକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଂଜାମ, (୨୪/୦୬) : ଦିନକୁ ଦିନ ବେଆଇନ ମଦ ବେପାର ବୃଦ୍ଧି ପାଇବାରେ ଲାଗିଛି ।

ଦିନକୁ ଦିନ ବୃଦ୍ଧି ପାଉଛି ବେଆଇନ ମଦ । ବେପାର ଖଲ୍ଲିକୋଟ ଥାନା ପୋଲିସ ପକ୍ଷରୁ ବିଭିନ୍ନ ଅଞ୍ଚଳର ଚଢ଼ାଉ କରାଯାଇଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ମୁକୁନ୍ଦପୁର ଛକ ନିକଟରେ ଚଢ଼ାଉ ବେଳେ ୭୬୦ ଲିଟର ବେଆଇନ ଦେଶୀମଦ ସହ ବୋଝେଇ ହୋଇ ଯାଉଥିବା ଡାଲାଅଟୋକୁ ଜବତ କରିଛି ପୋଲିସ । ମଦ ଓ ଡାଲାଅଟୋକୁ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ଗିରଫ ହୋଇ ଥିବା ବ୍ୟକ୍ତି ଜଣକ ହେଲେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଡ ମହୁରିଆ ଗ୍ରାମର ଭଗବାନ ପ୍ରଧାନ । ସେ ଏହି ବେଆଇନ ଦେଶୀମଦ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁହାରିଆପାଟ ଠାରୁ କବିସୂର୍ଯ୍ୟନଗର ଅଞ୍ଚଳକୁ ଯାଉଥିବା ତଦନ୍ତରୁ ଜଣା ପଡିଛି ।