ଜାତୀୟ ସେବା ଯୋଜନା ର ବରିଷ୍ଠ ସ୍ବେଚ୍ଛାସେବୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

0
163
ଜାତୀୟ ସେବା ଯୋଜନା

ରିପୋର୍ଟ : ବିରଞ୍ଚି ପ୍ରସାଦ //
ଗୁଣୁପୁର, (୧/୪) : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱ ବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ର ବରିଷ୍ଠ ସ୍ବେଚ୍ଛାସେବୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା କରାଯାଇଛି ।783ce6f5 5924 43b1 afa1 7a17e3e58bb2 ଜାତୀୟ ସେବା ଯୋଜନା ର ବରିଷ୍ଠ ସ୍ବେଚ୍ଛାସେବୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଏହି ଅବସରରେ ଵିଶ୍ଵବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼ଃ ଏନ.ଭି.ଜେ. ରାଓ ଯୋଗଦେଇ ଜାତୀୟ ସେବା ଯୋଜନା ପକ୍ଷରୁ ଗତ ଦିନ ମାନଙ୍କ କାର୍ଯ୍ୟକ୍ରମ ଯଥା ରକ୍ତଦାନ ଶିବିର ମାନ ଆୟୋଜନ କରି ଗଂଜାମ, ଗଜପତି ଓ ରାୟଗଡା ର ଜିଲାର ରକ୍ତ ଭାଣ୍ଡର ଗୁଡିକୁ ରକ୍ତ ପ୍ରଦାନ କରିବା, ଗ୍ରାମଞ୍ଚଳ ମାନଙ୍କରେ ଲୁଗାପଟା ବାଣ୍ଟନ କରିବା,1ed511c1 bda5 44f5 a537 e2c4a63c039e ଜାତୀୟ ସେବା ଯୋଜନା ର ବରିଷ୍ଠ ସ୍ବେଚ୍ଛାସେବୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ସହ ବିଭିନ୍ନ ଗ୍ରାମାଞ୍ଚଳରେ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ କରିବା ଏବଂ ସ୍ବେଚ୍ଛାସେବୀ ମାନଙ୍କ ଦକ୍ଷତା ଵୃଦ୍ଧି ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାନଙ୍କରେ ବରିଷ୍ଠ ସ୍ୱେଚ୍ଛାସେବୀ ମାନେ ପୂର୍ଣ୍ଣ ଦାଇତ୍ୱ ସହ ସଂପାଦନ କରିଥିବାରୁ ସମସ୍ତ ସ୍ବେଚ୍ଛାସେବୀ ମାନଙ୍କୁ ସାଧୁବାଦ ଜଣାଇବା ସହ ଆସନ୍ତା ଦିନ ମାନଙ୍କରେ ସମସ୍ତେ ନିଜ ନିଜ କର୍ମ କ୍ଷେତ୍ରରେ ଏହି ଭଳି ସେବା ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ ।

ସେବା ଯୋଜନା ର ଆବାହକ ଡ଼ଃ ପ୍ରେମାନଶୁ ଶେଖର ରଥ,ପ୍ରଫେସର ଭି ଗଣେଶ, କାର୍ଯ୍ୟକ୍ରମ ଅଧିକାରୀ ତାପସ ଛୁଆଲ ସିଂ, ପ୍ରଫେସର କାଳୀ ରଥ ପ୍ରମୁଖ ଉପସ୍ଥିତ ରହି ଥିଲେ ।