ପିକଅପ ଭ୍ୟାନ ସହିତ ୧୦ ବଳଦ ଜବତ

0
81
ପିକଅପ ଭ୍ୟାନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୂରଭଞ୍ଜ, (୨୬/୦୬) : ସ୍ଥାନୀୟ ଯୁବକଙ୍କ ଦ୍ୱାରା ପିକଅପ ଭ୍ୟାନ ସହିତ ୧୦ ବଳଦ ଜବତ । କରଞ୍ଜିଆ ବାଇପାସ ଛକ ନିକଟରେ ଜବତ ।

ତିନିଟି ପିକଅପ ଭ୍ୟାନ ଯୋଗେ ୨୨୦ ନମ୍ବର ଜାତୀୟ ରାଜପଥ ରେ ଚୋରା ଗୋ-ଚାଲାଣ ହେଉଥିବା ଖବର ପାଇ ସ୍ଥାନୀୟ ଯୁବକ ମାନେ ଗାଡିକୁ ଅଟକାଇବା ବେଳେ ଦୁଇଟି ଗାଡି ଖସି ଯାଇଥିଲେ । ଅନ୍ୟ ଗୋଟିଏ ଗାଡି ସହିତ ୧୦ ବଳଦ ଜବତ କରିବାରେ ସକ୍ଷମ ହୋଇଥିଲେ ସ୍ଥାନୀୟ ଯୁବକ । ତେବେ ଗୋ ଚାଲାଣରେ ସାମିଲ ଥିବା ଗାଡି ଡ୍ରାଇଭର ଏବଂ ଦୁଇ ଜଣ ଚାଲାଣ କାରି ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଁଞ୍ଚି ଗାଡିକୁ ଜବତ କରିବା ସହିତ ଅଧିକ ତଦନ୍ତ କରୁଛି । ତେବେ ଗତ କିଛି ଦିନ ହବ ଗୋ ମାଫିଆ ମାନେ ସକ୍ରିୟ ଭାବେ କରଞ୍ଜିଆ ଦେଇ ବିଭିନ୍ନ ସମୟରେ ଗୋ ଚାଲାଣ କରୁଥିବା ଅଭିଯୋଗ ହଇ ଆସୁଥିଲେ ବି କରଞ୍ଜିଆ ପୋଲିସ ନିରବ ଦ୍ରଷ୍ଟା ସାଜିଛି ।