‘ଅର୍ଡର ଅଫ ଦ ନାଇଲ’ ସମ୍ମାନରେ ସମ୍ମାନୀତ କଲେ ଇଜିପ୍ଟ ରାଷ୍ଟ୍ରପତି

0
101
ଅର୍ଡର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ , (୨୬/୦୬) : ଇଜିପ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ସର୍ବୋଚ୍ଚ ସମ୍ମାନ । ଗସ୍ତର ଦ୍ୱିତୀୟ ଦିନରେ ମୋଦିଙ୍କୁ ‘ଅର୍ଡର ଅଫ ଦ ନାଇଲ‘ ସମ୍ମାନରେ ସମ୍ମାନୀତ କଲେ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତ୍ତାହ ଅଲ-ସିସି ।

ଇଜିପ୍ଟରେ ୧୯୧୫ ମସିହାରେ ପ୍ରଥମ ଥର ପାଇଁ ଏହି ସମ୍ମାନ ଆରମ୍ଭ ହୋଇଥିଲା । ମାନବିକତା ପାଇଁ ଅମୂଲ୍ୟ ସେବା ପ୍ରଦାନ କରୁଥିବା ରାଷ୍ଟ୍ର ମୁଖ୍ୟ, ରାଜକୁମାର ଏବଂ ଉପରାଷ୍ଟ୍ରପତିମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏହା ହେଉଛି ୧୩ତମ ସର୍ବୋଚ୍ଚ ରାଷ୍ଟ୍ର ସମ୍ମାନ । ୯ ବର୍ଷ ମଧ୍ୟରେ ୧୩ଟି ଦେଶ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଦାନ କରିଛନ୍ତି ନିଜ ରାଷ୍ଟ୍ରର ସର୍ବୋଚ୍ଚ ସମ୍ମାନ । ୨୦୧୬ ରେ ସାଉଦ ଆରବ ଓ ଆଫଗାନିସ୍ତାନ ମୋଦିଙ୍କୁ ପ୍ରଦାନ କରିଥିଲେ ସର୍ବୋଚ୍ଚ ସମ୍ମାନ । ଏହାପରେ ୨୦୧୮ ରେ ଫିଲିଷ୍ଟିନ ପକ୍ଷରୁ ମଧ୍ୟ ମିଳିଥିଲା ସର୍ବୋଚ୍ଚ ସମ୍ମାନ । ୨୦୧୯ ରେ ସଂଯୁକ୍ତ ଅରବ ଅମିରାତ, ଋଷ, ମାଲଦୀପ ଏବଂ ବାହାରିନ ପକ୍ଷରୁ ମିଳିଥିଲା ସମ୍ମାନ । ୨୦୨୦ ରେ ଆମେରିକା ପ୍ରଦାନ କରିଥିଲା ସର୍ବୋଚ୍ଚ ସମ୍ମାନ ‘ଲିଞ୍ଜନ ଅଫ ମେରିଟ ଆୱର୍ଡ’ । ସେହିପରି ୨୦୨୧ ରେ ଭୁଟାନ ଓ ୨୦୨୩ ରେ ପଲାଉ, ଫିଜି ଓ ପାପୁଆ ନ୍ୟୁଗିନି ପକ୍ଷରୁ ମିଳିଥିଲା ସର୍ବୋଚ୍ଚ ସମ୍ମାନ । ଆଉ ଏବେ ଇଜିପ୍ଟ ୧୩ ତମ ଦେଶ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ଦେଶର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ ଦ ନାଇଲ’ ସମ୍ମାନରେ ସମ୍ମାନୀତ କରିଛି ।