ଆହୁରି ୩ ଦିନ କଲବଲ କରିବ ତାତି

2
89
ଆହୁରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୮/୦୬) : ଜଳୁଛି ରାଜ୍ୟ । ଆହୁରି ୩ ଦିନ କଲବଲ କରିବ ତାତି । ଜଳୁଛି ଟ୍ଵିନ ସିଟି କଟକ ଆଉ ଭୁବନେଶ୍ୱର ।

ଯେଉଁ ସମୟରେ ମୌସୁମୀ ଛୁଇଁବା କଥା, ସେହି ସମୟରେ ଡହଡହ ଖରା ଓ ଗୁଳୁଗୁଳିରେ ସିଝୁଛି ଓଡ଼ିଶା । ଅନ୍ୟପଟେ ଗତକାଲି ଓଡ଼ିଶାରେ ଦିନ ତାପମାତ୍ରା ୧୦ ବର୍ଷର ରେକର୍ଡ ଭାଙ୍ଗିଛି । କେବେ ମୌସୁମୀ ଆସିବ, ତାହା ତ ସ୍ପଷ୍ଟ ହୋଇପାରୁନାହିଁ । କିନ୍ତୁ ତାତି ଆହୁରି ୩ ଦିନ କଲବଲ କରିବ ବୋଲି ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ । ଭୀଷଣ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଜି ପାଇଁ ୧୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ନୟାଗଡ଼, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ନୂଆପଡା, କଳାହାଣ୍ଡି, ଗଞ୍ଜାମ, ଯାଜପୁର ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।ଆସନ୍ତା ୨୦ ତାରିଖ ଯାଏଁ ଏହିଭଳି ୱାର୍ଣ୍ଣିଂ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ।

ଅନ୍ୟପଟେ ଗତକାଲି ଓଡ଼ିଶାର ତାପମାତ୍ରା ୧୦ ବର୍ଷର ରେକର୍ଡ ଭାଙ୍ଗିଛି । ୧୦ ବର୍ଷ ଭିତରେ ୨୦୧୨ ଜୁନ୍‌ ୧୬ ତାରିଖରେ ୪୬.୭ ଡିଗ୍ରୀ ଛୁଇଁଥିଲା । ଯାହାକି ଚଳିତ ବର୍ଷ ଜୁନ୍‌ ୧୬ ରେ ଭୁବନେଶ୍ଵର ରେ ଦିନ ତାପମାତ୍ରା ୪୪.୬ଡିଗ୍ରୀ ଟପିଛି । ଏଥିସହ ଆଜି ଦିନ ସାଢେ଼ ୨ ଟା ସୁଦ୍ଧା ସମ୍ବଲପୁର ରେ ଦିନ ତାପମାତ୍ରା ୪୫ ଡ଼ିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଝାରସୁଗୁଡା ରେ ୪୪.୪ ଡ଼ିଗ୍ରୀ ଓ ଭୁବନେଶ୍ୱର: ୪୪ ଡ଼ିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ମୁତାବକ ଗତକାଲି ଅପେକ୍ଷା ଆଜି ତାପମାତ୍ରା କମ ରହିବ । କିନ୍ତୁ ପଶ୍ଚିମ ଓଡିଶା ର କିଛି କିଛି ସ୍ଥାନରେ ୪୦ ଡିଗ୍ରୀ ଉପରେ ରହିବ ତାପମାତ୍ରା । ସ୍ଵାଭାବିକ ଭାବରେ ଜୁନ ୧୧ ସୁଦ୍ଧା ମୌସୁମୀ ଓଡ଼ିଶା ଛୁଇଁଥାଏ କିନ୍ତୁ ଚଳିତବର୍ଷ ୧୯ ରୁ ୨୨ ତାରିଖ ମଧ୍ୟରେ ଅର୍ଥାତ୍ ବିଳମ୍ବ ରେ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି ।

2 COMMENTS

Comments are closed.