BJP ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ

0
65
BJP ତରଫରୁ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୮/୬) : ଆଜି BJP ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2023 06 29 at 07.15.53 BJP ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ

BJP ତରଫରୁ ଏକ ସାଧାରଣ ବୈଠକରେ ଉପସ୍ଥିତ ଥିବା ବିଜେପି ଜିଲ୍ଲା ଉପସଭାପତି ୱାଇ.ଗଣପତି , ପୂର୍ବତନ ନଗର ସଭାପତି ଶ୍ରୀନିବାସ ସ୍ୱାଇଁ, ଏସଟି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ବିଦ୍ୟାଧର ଶବର ଓ ନୂତନ ଭାବେ ଚୟନ ହୋଇଥିବା ଗୁଣପୁରର ନଗର ସଭାପତି ସମସ୍ତଙ୍କ ପ୍ରିୟ ଅମର ଭାଇ ଯୋଗ ଦେଇଥିଲେ । ଆଜିକାର ମୁଖ୍ୟ ବିଷୟ ହେଲା ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୯ବର୍ଷ ପୂର୍ତ୍ତି ଅବସରରେ ଘୋଷଣା ହୋଇଥିବା ୬୭ ଟି ଯୋଜନା କିପରି କାର୍ଯ୍ୟକାରୀ ହୋଇଛି ଏବଂ ଜନ ସାଧାରଣ ପାଖକୁ କିପରି ଏହି ଯୋଜନା ଗୁଡିକ ପହଞ୍ଚାଯିବ ଏହି ବିଷୟରେ ଆଲୋଚନା ହୋଇଥିଲା । ବିଜେପି ପୂର୍ବତନ ନଗର ସଭାପତି ଓ ଜିଲ୍ଲାର ଉପସଭାପତି ନିଜ ଅଭିଭାଷଣ ରେ ରାଜ୍ୟ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, କେନ୍ଦ୍ର ସରକାରଙ୍କ ବହୁ ଯୋଜନା ଗରିବ ଲୋକମାନେ କିପରି ଲାଭବାନ ନହୁଅନ୍ତୁ ଏପରି ରାଜ୍ୟ ସରକାର ଚାହୁଁଛନ୍ତି । ରାଜ୍ୟରେ ବିଜେଡିର ମନମୁଖୀ ଶାସନ ଚାଲିଛି ।

ତେଣୁ ଭାରତୀୟ ଜନତା ପାର୍ଟି ଗୁଣପୁର ତରଫରୁ ନିଷ୍ପତି ନିଆଯାଇଛି ଯେ କେନ୍ଦ୍ରର ସବୁ ପ୍ରକାର ଯୋଜନା ଗରିବ ଲୋକମାନଙ୍କ ପାଖକୁ କିପରି ପହଞ୍ଚିବ ତାପାଇଁ ମନ ପ୍ରାଣ ଦେଇ ଲଢେ଼ଇ କରିବେ ବିଜେପି କର୍ମୀମାନେ । ତତ ସଙ୍ଗେ ସଙ୍ଗେ ଆଜିକାର ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା ବିଜେପି ନଗର ମଣ୍ଡଳର ୧୬ ଜଣିଆ କମିଟି ର ନାମ ଉପସ୍ଥାପନ । ଏହି କମିଟି କୁ ନେଇ ଆଗାମୀ ୨୦୨୪ ନିର୍ଵାଚନରେ ବିଜେପି କିପରି ପ୍ରଦର୍ଶନ ଦେଖାଇବ ସେ ବିଷୟରେ ନୂତନ ରଣନୀତି ତିଆରି କରିଛି । ଏହି ବୈଠକ ପରେ ଗୁଣପୁର ନଗରର ଉପସଭାପତି ଭଗବାନ ଚୌଧୁରି ସମସ୍ତ କର୍ମୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ ଓ ଶେଷରେ ନଗର ସଭାପତି ସଭାସାଙ୍ଗ କରିଥିଲେ ।