ଢ଼େଙ୍କାନାଳରେ ପୁଣି ମାତିଲା ଦନ୍ତା

0
69
ଢ଼େଙ୍କାନାଳରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢ଼େଙ୍କାନାଳ, (୨୮/୦୬) : ଢ଼େଙ୍କାନାଳରେ ପୁଣି ମାତିଲା ଦନ୍ତା। ହାତୀ ଆକ୍ରମଣରେ ପୁଅ ମୃତ ମା ଗୁରୁତର

ମୃତକ ହେଲେ ସଦର ରେଞ୍ଜ ଲମ୍ବୋଦର ପୁର ଗ୍ରାମର ୪୩ ବର୍ଷୀୟ ସୂର୍ଯ୍ୟମଣି ବିଶ୍ଵାଳ । ଘର ପଛପଟକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ । ଗୁରୁତର ମା’ଙ୍କୁ ପ୍ରଥମେ ଢ଼େଙ୍କାନାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା,ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ସୂର୍ଯ୍ୟମଣିଙ୍କ ଘରବାଡ଼ି ପଛକୁ ଏକ ହାତୀ ଆସିଥିଲା । ମା ପୁଅ ଘଉଡାଇବା ପାଇଁ ଯାଇଥିବା ବେଳେ ହାତୀ ଟି ରାଗି ଯାଇ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇପଡ଼ିଥିଲେ । ଢ଼େଙ୍କାନାଳରେ ଦିନକୁ ଦିନ ହାତୀ ମଣିଷ ଲଢେଇ ବୃଦ୍ଧି ପାଇବାରେ ଲାଗିଛି । ହାତୀ ଆକ୍ରମଣରେ କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ବିଭିନ୍ନ କାରଣରୁ ହାତୀ ମଧ୍ୟ ମୃତ୍ୟୁ ବରଣ କରୁଛି । ହାତୀ ଆକ୍ରମଣରେ ମଣିଷର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି ।