ବ୍ୟବସାୟୀଙ୍କ ଘରୁ ଚୋରି ଅଭିଯୋଗ : ଅଭିଯୋଗ ର ତଦନ୍ତ କରୁଛି କାଶୀନଗର ପୋଲିସ

0
279

ରିପୋର୍ଟ : ପ୍ରଣତି ସାବତ
କାଶୀନଗର,(୨୯/୮) : ବ୍ୟବସାୟୀଙ୍କ ଘରୁ ଚୋରି ଅଭିଯୋଗ | କାଶୀନଗର ବ୍ଲକ୍ ଅନ୍ତର୍ଗତ ହାଡୁ ଭଙ୍ଗୀ ଗ୍ରାମର ଜନୈକ ମିଲ ମାଲିକ ତଥା ବ୍ୟବସାୟୀ କେ. ଭାସ୍କର ରାଓ ଙ୍କ ଘରେ ଚୋରି ହୋଇଥିବା ନେଇ କାଶୀନଗର ଥାନାରେ ଏକ ଅଭିଯୋଗ ହୋଇଛି ।

ବ୍ୟବସାୟୀ ଜଣକ ନିଜ ଝିଅ ବିବାହ ପାଇଁ ଗତ ୨୬ ତାରିଖ ରେ ସୋମ୍ପେଣ୍ଠା ଚାଲିଯାଇଥିଲେ । ଏହାର ସୁଯୋଗ ନେଇ କିଛି ଦୁର୍ବୁତ୍ତ ତାଙ୍କ ଘର ର କବାଟ ଭାଙ୍ଗିଦେଇ ଘରେ ପଶି ୨୧ ଭରି ସୁନା ଓ ରୂପା ଅଳଙ୍କାର, ନଗଦ ୧ ଲକ୍ଷ ଟଙ୍କା ,ଜୀବନ ବୀମା ପଲିସି କାଗଜ ବ୍ୟବସାୟୀଙ୍କ ଘରୁ ଚୋରି କରି ନେଇଥିବା ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ଛନ ଭିନ କରି ତଦନ୍ତ କରୁଛି ।

ଏସ ଡି ପି ଅ ରାମକୃଷ୍ଣ ପତି ସୈନ୍ତିଫିକ ଟିମ୍ ନେଇ ତଦନ୍ତ କରୁଛନ୍ତି । ପୋଲିସ ୯୦/୨୧ ରେ ଏକ ମକଦ୍ଦମା ରୁଜୁ କରିଥିବା ଜଣାଯାଇଛି । କିନ୍ତୁ ଘଟଣାକୁ ଦେଖିଲେ ଝିଅ ବାହାଘର ପାଇଁ ଯିବା ଲୋକ ଏତେ ଟଙ୍କା ଘରେ କାହିଁକି ମହଜୁଦ କରିଥିଲେ । ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ?

ସାଧାରଣତଃ କୁମୁଟୀ ଲୋକ ତଥା ବ୍ୟବସାୟୀ ମାନେ ବିବାହ କାର୍ଯ୍ୟ ଇତ୍ୟାଦି କୁ ଗଲେ ଅଳଙ୍କାର ମଣ୍ଡିତ ହୋଇ ଯାଇଥାନ୍ତି । ଏଣୁ ତଦନ୍ତ ସଠିକ୍ ଭାବରେ କରିବାର ଆବଶ୍ୟକତା ରହିଛି ।