ଅମରନାଥ ଦର୍ଶନ କରିବାକୁ ଯାଉଥିବା ଭକ୍ତଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ

0
113
ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୯/୦୬) : ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥର ଅମରନାଥ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ଅମରନାଥ ଯାତ୍ରା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏଥରର ଏହି ଯାତ୍ରା ସବୁଠୁ ସ୍ୱତନ୍ତ୍ର ଓ ଦୀର୍ଘ ସମୟ ଧରି ଚାଲିବ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ପକ୍କା ହୋଇଛି । ଶ୍ରଦ୍ଧାଳୁଙ୍କୁ କିପରି ବାଦଲଫଟା ବର୍ଷା ଓ ଭୂସ୍ଖଳନରୁ ରକ୍ଷା କରାଯିବ ସେଥିପାଇଁ ପ୍ରଶାସନ ତଥା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥର ଅମରନାଥଙ୍କ ଦର୍ଶନ ପାଇଁ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ରେଜିଷ୍ଟ୍ରେସନ କରାଇଥିବାବେଳେ ସେମାନଙ୍କ ପାଇଁ ନୁନବନ୍ ପହଲଗାମଠାରେ ହଲ୍ଟିଙ୍ଗ କ୍ୟାମ୍ପ କରାଯାଇଛି । ଶ୍ରଦ୍ଧାଳୁଙ୍କୁ ହେଲମେଟ୍ ନିଃଶୁଳ୍କ ଭାବେ ଦିଆଯିବ।