ଯୋଗ ଦିବସ ରେ ମୋଦିଙ୍କ ସମ୍ଵୋଧନ: ବିଶ୍ବରେ କୋଟି କୋଟି ଜନତା ଯୋଗ କରୁଛନ୍ତି

1
97
ଯୋଗ ଦିବସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୧/୦୬) : ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ସମଗ୍ର ବିଶ୍ଵକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ଵୋଧନ। ସେ କହିଛନ୍ତି, ଯୋଗ ବୈଶ୍ବିକ ଆନ୍ଦୋଳନ ହୋଇସାରିଛି ।

ଭାରତର ଆହ୍ବାନରେ ୧୮୦ରୁ ଅଧିକ ଦେଶ ଏକତ୍ର ହେବା ସ୍ମରଣୀୟ ଘଟଣା । ୨୦୧୪ରେ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ‘ଯୋଗଦିବସ’ ପ୍ରସ୍ତାବ ପଡ଼ିଥିଲା, ଏହାକୁ ରେକର୍ଡ ସଂଖ୍ୟକ ଦେଶ ସମର୍ଥନ କରିଥିଲେ । ଉଲ୍ଲେଖଯୋଗ୍ୟ, ୯ମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘ ମୁଖ୍ୟାଳୟରେ ହେବାକୁ ଥିବା ଯୋଗ କାର୍ଯ୍ୟକ୍ରମରେ ନେତୃତ୍ବ ନେବେ । ଏଥିରେ ଜାତିସଂଘର ବହୁ ପଦସ୍ଥ ଅଧିକାରୀ ଏବଂ ସମଗ୍ର ବିଶ୍ବର ରାଷ୍ଟ୍ରଦୂତ ଏବଂ ବିଶିଷ୍ଟ ବ୍ୟକ୍ତି ବିଶେଷମାନେ ଅଂଶ ଗ୍ରହଣ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବସୁଧୈବ କୁଟୁମ୍ବକମ୍‌’ ଭାବଧାରାରେ ଆଜି ସମଗ୍ର ବିଶ୍ବରେ କୋଟି କୋଟି ଜନତା ଯୋଗ କରୁଛନ୍ତି । ତେଣୁ, ଆନ୍ତର୍ଜାତିକ ଯୋଗଦିବସ ମାଧ୍ୟମରେ ଯୋଗ ବୈଶ୍ବିକ ଆନ୍ଦୋଳନରେ ପରିଣତ ହୋଇଛି ।

1 COMMENT

Comments are closed.