ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ରେ ଭୂଗୋଳ ଟପର

0
136
ବ୍ରହ୍ମପୁର ବିଶ୍ୱ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କାଶୀନଗର, (୨୯/୬) : ପାରଳାଖେମୁଣ୍ଡି ନିବାସୀ ଜଗଦୀଶ କୁମାର ପାତ୍ର ଓ ସୁଜାତା ପାତ୍ର ଙ୍କ ଝିଅ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ରେ ଛାତ୍ରୀ ଭୂଗୋଳ ବିଷୟ ରେ ଟପର ହୋଇଥିବା ଜଣାପଡିଛି ।

ପାରଳାଖେମୁଣ୍ଡି ନିବାସୀ ଜଗଦୀଶ କୁମାର ପାତ୍ର ଓ ସୁଜାତା ପାତ୍ର ଙ୍କ ଝିଅ ଅଭିଶ୍ଵେତା ପାତ୍ର ଶ୍ରୀରାମ ଡିଗ୍ରୀ କଲେଜ ରେ ପଢ଼ନ୍ତି । ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି । ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ର ଭୂଗୋଳ ରେ ସେ ଟପର ହୋଇଛନ୍ତି, ସେ ୧୨୩୪ ମାର୍କ ଆଣିଛନ୍ତି । ସେ ଏହି କୃତିତ୍ୱ ଡିଗ୍ରୀ କଲେଜ ଓ ଅଧ୍ୟାପକ ମାନଙ୍କ ଚେଷ୍ଟା ଓ ନିଜର କୋଠର ଉଦ୍ୟମ ଯୋଗୁଁ ପାଇଛନ୍ତି ବୋଲି କହିଛନ୍ତି । ଏହା ଛଡା ଅର୍ଥଶାସ୍ତ୍ର, ଗଣିତ ବିଭାଗ ରେ ମଧ୍ୟ ଏହି ଶ୍ରୀ ରାମ ଡିଗ୍ରୀ କଲେଜ ବେଷ୍ଟ ଟେଂଥ ପୋଜିସନ ରେ ଛାତ୍ର ଛାତ୍ରୀ ମଧ୍ୟ ରହିଛନ୍ତି ବୋଲି ଜଣାପଡିଛି ।