ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା OSRTC ବସ୍

0
88
ଛିଡା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୧/୦୭) : ପୁଣି ଦୁର୍ଘଟଣା ଘଟାଇଲା OSRTC ବସ୍ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବାଇପାସ୍‌ ରାସ୍ତାରେ ଟ୍ରକକୁ ପିଟିଲା ବସ୍ । ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା OSRTC ବସ୍ ।

କେନ୍ଦୁଝର -ବଲାଙ୍ଗୀର OSRTC ସରକାରୀ ବସ୍‌ ଦୁର୍ଘଟଣାଗ୍ରସ୍ତ । ପୂର୍ବରୁ ଛିଡା ହୋଇଥିବା ଟ୍ରକକୁ ପଛ ପଟୁ ଧକ୍କା ଦେଲା ବସ୍ । ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି । ୫ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନା ଓ ଆହତଙ୍କୁ ଜମନକିରା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ସେହିପରି ଗତ ଜୁନ୍‌ ୨୬  ରେ ଗଞ୍ଜାମ ଦିଗପହଣ୍ଡି ଖେମୁଣ୍ଡି କଲେଜ ସମ୍ମୁଖରେ ବଡ଼ ଧରଣର ଦୁର୍ଘଟଣା ଘଟାଇଥିଲା OSRTC ବସ୍ । ଦୁଇ ଘରୋଇ ଓ ସରକାରୀ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଘରୋଇ ମିନି ବସ୍ ସହ ସରକାରୀ OSRTC ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ରୁ ଅଧିକ ଲୋକ ଗୁରୁତର ହୋଇଥିଲେ ।