ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ

0
90
ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଅନୁଗୁଳ, (୦୧/୦୭) : ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ଧୁଡୁରିପାଲି ଗ୍ରାମରେ ।

ସେହି ଗ୍ରାମର ଟିକେଶ୍ୱର ପ୍ରଧାନ ଆଜି ସକାଳୁ ନିଜ ବିଲକୁ ହଳ କରିବାକୁ ଯାଇ ଫେରୁଥିବା ବେଳେ ସେହି ଗ୍ରାମର ବିଜୟ ମହାକୁଳ ଓ ତାଙ୍କ ପୁଅ ପ୍ରଫୁଲ୍ଲ ମହାକୁଳ ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଏକ ଟାଙ୍ଗିଆରେ ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଟିକେଶ୍ୱର ଙ୍କ ବାମ ହାତ ଛିଣ୍ଡି ଯାଇଥିବା ବେଳେ ବେକରେ ଗଭୀର ଆଘାତ ଲାଗିଛି । ଖବର ପାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ପରିବାର ଲୋକେ ପ୍ରଥମେ ପାଳଲହଡା ଡାକ୍ତରଖାନାରେ ଭର୍ତି କରିଥିଲେ । ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି । ଏ ନେଇ ଟିକେଶ୍ୱର ଙ୍କ ପରିବାର ଲୋକେ ପାଳଲହଡା ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛ ।