ସମ୍ବଲପୁର ଘଟଣା କୁ ନେଇ ଟିଟଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

0
123
ସମ୍ବଲପୁର

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟଲାଗଡ, (୨୪/୦୪) : ସମ୍ବଲପୁର ରେ ଘଟିଥିବା ଘଟଣା କୁ ନେଇ ବିଶ୍ୱହିନ୍ଦୁ ପରିଷଦ ତଥା ବଜରଙ୍ଗ ଦଳର ର ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ ।

ସମ୍ବଲପୁର ରେ ଘଟିଥିବା ଲୋମ ହର୍ଷଣ କାରୀ ଘଟଣା ବିରୋଧରେ ଟିଟଲାଗଡ ବଜରଙ୍ଗ ଦଳ ତଥା ବିଶ୍ୱହିନ୍ଦୁ ପରିଷଦର ତରଫ ରୁ ସ୍ଥାନୀୟ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମାନ୍ୟବର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ସ୍ଥାନୀୟ ଅତିରିକ୍ତ ଉପ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରା ଯାଇଛି । ଏହି ଶୋଭଯାତ୍ରାରେ ବଜରଙ୍ଗ ଦଳ ତଥା ବିଶ୍ବହିନ୍ଦୁ ପରିଷଦ ର କର୍ମକର୍ତ୍ତା ଏକ ଶୋଭାଯାତ୍ରା ରେ ବାହାରି ନଗର ପରିକ୍ରମା କରି ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଦାବୀ ସହ ଆଗାମୀ ଦିନରେ ଆବଶ୍ୟକ ପଡିଲେ ଦୃଢ଼ ପ୍ରତିବାଦ କରିବା ଚେତାବନୀ ଦିଆଯାଇଛି ।