ପ୍ରାଧ୍ୟାପକ ଶଶୀଭୂଷଣ ମହାନ୍ତି ଗୁଣପୁର ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ନିଯୁକ୍ତ

2
84
ନିଯୁକ୍ତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧/୭) : ଗୁଣୁପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଜି. ମହେଶ୍ଵର ରାଓଙ୍କ ଅବସର ଗ୍ରହଣ କଲାପରେ ଆଜି ପ୍ରାଧ୍ୟାପକ ଶଶୀଭୂଷଣ ମହାନ୍ତି ନୂତନ ଅଧ୍ୟକ୍ଷ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି । WhatsApp Image 2023 07 01 at 17.11.05 ପ୍ରାଧ୍ୟାପକ ଶଶୀଭୂଷଣ ମହାନ୍ତି ଗୁଣପୁର ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ନିଯୁକ୍ତ

ପ୍ରାଧ୍ୟାପକ ମହାନ୍ତି ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଅଟନ୍ତି । ସେ ଅଧ୍ୟକ୍ଷ ଭାର ଗ୍ରହଣ କରିବାପରେ ମହାବିଦ୍ୟାଳୟ ର ସମସ୍ତ ପ୍ରକାର ଉନ୍ନତି ସହ ପିଲାଙ୍କ ପାଠପଢ଼ା ପାଇଁ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି । ତାଙ୍କୁ ଗୁଣପୁର ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଅଭିନନ୍ଦନ ଜଣାଇଛନ୍ତି । ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସଦସ୍ୟ ଓ ଗୁଣପୁର ଅଞ୍ଚଳର ବୁଦ୍ଧିଜିବୀ ମହଲରୁ ମଧ୍ୟ ପ୍ରଶଂସାର ସୁଅ ଛୁଟିଛି ।

2 COMMENTS

Comments are closed.