ଆନ୍ତର୍ଜାତିକ ଯୋଗ ଦିବସରେ ଯୋଗମୟ ଗୁଣପୁର ସହର

0
141
ଆନ୍ତର୍ଜାତିକ ଯୋଗ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୧/୬) : ଆନ୍ତର୍ଜାତିକ ଯୋଗ ଦିବସରେ ଯୋଗମୟ ଗୁଣପୁର ସହର । ଯୋଗ ଦ୍ଵାରା ସାରା ବିଶ୍ବକୁ ବାନ୍ଧି ରଖିବାର ପ୍ରୟାସ ଆଜି ସଫଳ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା ଏହି ଯୋଗାଭ୍ୟାସ ବର୍ତ୍ତମାନର ସାରା ବିଶ୍ବକୁ ବ୍ୟାପି ସାରିଛି ।

ଆଜିର ଏହି ଯୋଗ ଦିବସର ଥିମ୍ ଥିଲା – “ବସୁଦେବ କୁଟୁମ୍ବକମ୍ ” । ଯୋଗ ଦ୍ଵାରା ସୁସ୍ଥତା , ସାମର୍ଥ୍ୟ ଓ ଆୟୁଷ ଉପଲବ୍ଧ ହୋଇଥାଏ । ପ୍ରତିବର୍ଷ ଜୁନ ୨୧ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ରୂପେ ସାରା ବିଶ୍ବ ପାଳନ କରୁଛି । ଆଜି ତାର ନବମ ସଂସ୍କରଣ, ଏହି ଅବସରରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ଶାଖା ଗୁଣପୁର ତରଫରୁ ନବମ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଗୁଣପୁର ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜଗନ୍ନାଥ ପବ୍ଲିକ ସ୍କୁଲ ଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ କାଳୀପୂଜା ମଣ୍ଡପ ଠାରେ ଯୋଗାଭ୍ୟାସ କରାଯାଇଥିଲା । ଖାଲି ଆନ୍ତର୍ଜାତିକ ଯୋଗ ଦିବସରେ ଯୋଗକୁ ସୀମିତ ନରଖି ପ୍ରତ୍ୟେକ ଦିନ ଯୋଗ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ବିବେକାନନ୍ଦ କେନ୍ଦ୍ର ତରଫରୁ ନିଶୁଳ୍କ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କୁ ସହରବାସୀ ସ୍ବାଗତ କରିଥିଲେ । କେନ୍ଦ୍ରର ପ୍ରବାସୀ କାର୍ଯ୍ୟକର୍ତ୍ତା ଶ୍ରୀମତୀ ପ୍ରତିଭା ରଥ ଓ ସମସ୍ତ କାର୍ଯ୍ୟକର୍ତ୍ତା ଏଥିରେ ସହଯୋଗ କରିଥିଲେ ।