ଗୌରୀ ମିଶ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଗୁଣପୁର ଓ ରାୟଗଡ଼ା ପୋଲିସ

1
93
ଗୌରୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧/୭) : ବଂଶଧାରା ନଦୀ ବ୍ରିଜ ଉପରେ ଆଶା ସ୍ବେଚ୍ଛାସେବୀ ସଂସ୍ଥା ର ନିର୍ଦ୍ଦେଶକ ଗୌରୀ ମିଶ୍ରଙ୍କୁ ଗୁଳିମାଡ଼ କରି ହତ୍ୟା ଘଟଣାର ଦୀର୍ଘ ୪୭ ଦିନ ପରେ ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି ଗୁଣପୁର ଓ ରାୟଗଡ଼ା ପୋଲିସWhatsApp Image 2023 07 01 at 17.11.05 1 ଗୌରୀ ମିଶ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ଗୁଣପୁର ଓ ରାୟଗଡ଼ା ପୋଲିସ

ଏହି ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡରେ ମାସାଧିକ କାଳ ବିତିଯାଇଥିଲେ ମଧ୍ୟ ପୋଲିସକୁ ଥଳକୂଳ ମିଳୁଥିବା ବେଳେ ଭି ରାଜେଶ ଙ୍କ ଅପହରଣ ମାମଲା ଆଶାର ଆଲୋକ ଦେଖାଇ ଥିଲା । ଗୁଣପୁର କୁମ୍ଭାର ସାହିର ଭି ଲକ୍ଷ୍ମୀ ପୁଅ ରାଜେଶ ର ଅପହରଣ ପାଇଁ ଗୁଣପୁର ଥାନାରେ ଏତଲା ଦେଇଥିଲେ ଓ ତାଙ୍କ ପୁଅ ଗୈାରି ମିଶ୍ର ହତ୍ୟା ଘଟଣା ସମ୍ବନ୍ଧରେ ଜାଣି ଥିବାରୁ ତାକୁ କ୍ରିଷ୍ଣା ଓ ଜିକେ ଅପହରଣ କରି ନେଇଥିବା ଅଭିଯୋଗ କରିଥିଲେ । ଲକ୍ଷ୍ମୀଙ୍କ ଅଭିଯୋଗକୁ ଆଧାର କରି ଗୁଣପୁର ପୋଲିସ କ୍ରିଷ୍ଣା ଓ ଜିକେ ନାମକ ଯୁବକଙ୍କୁ ଉଠାଇ ନେଇଥିଲା । ଥାନାରେ ସେମାନଙ୍କୁ ପଚରାଉଚରା କରିବା ପରେ ଗୌରୀ ମିଶ୍ର ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବା ପାଇଁ ଭି ରାଜେଶ କୁ ହତ୍ୟା କରି ଆନନ୍ଦପୁର ଥାନା ଅନ୍ତର୍ଗତ ଏକ ଜଙ୍ଗଲରେ ପୋତି ଦେଇଥିବା ସୂଚନା ମିଳିଥିଲା । ଅଭିଯୁକ୍ତ ମାନଙ୍କୁ ସାଙ୍ଗରେ ନେଇ ପୋଲିସ ରାଜେଶ ର ଶବ ଉଦ୍ଧାର କରିଛି । ଶେଷରେ ଆଜି ସମ୍ପୁର୍ଣ୍ଣ ହତ୍ୟା ମାମଲାର ପର୍ଦ୍ଦାଫାଶ କରିବାରେ ଗୁଣପୁର ପୋଲିସ ସଫଳ ହୋଇଛି ।

ଘଟଣା ମୁତାବକ ଜମିଜମା କୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ବେଳେ ପ୍ରମାଣ ନଷ୍ଟ ପାଇଁ ଅଭିଯୁକ୍ତ ମାନେ ସୁପାରିଶ କିଲରକୁ ମଧ୍ୟ ହତ୍ୟା କରିବାକୁ ପଛାଇ ନାହାଁନ୍ତି ‌। ଗୈାରିଙ୍କୁ ହତ୍ୟା କରିବାକୁ ସୁପାରିଶ କିଲର ଭି ରାଜେଶ ସହ ୩୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ଅଗ୍ରିମ ୨ ଲକ୍ଷ ୯୦ ହଜାର ଟଙ୍କା ରାଜେଶ କୁ ଦିଆଯାଇଥିଲା । ହତ୍ୟାକାଣ୍ଡ ଘଟାଇବା ପରେ ଯେତେବେଳେ ରାଜେଶ ବଳକା ଟଙ୍କା ଦାବି କରିଥିଲା ଟଙ୍କା ନମିଳିଲେ ହତ୍ୟା ଘଟଣା ପ୍ରଘଟ କରିଦେବାକୁ ଧମକ ଦେଇଥିଲା । ଏହା ପରେ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା ଓ ଆକୁଲୁ ଗୋବିନ୍ଦା ଓରଫ ଜିକେ ରାଜେଶ କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ । ୧୯ ତାରିଖ ଦିନ ସନ୍ଧ୍ୟା ୭ ଟାରେ ବିଶାଖାପାଟଣା ସମୁଦ୍ର କୂଳକୁ ଆସି ବଳକା ଟଙ୍କା ନେବାପାଇଁ କ୍ରିଷ୍ଣା ଓ ଜିକେ ରାଜେଶ କୁ କହିଥିଲେ ।

କିନ୍ତୁ ଏଥି ପୂର୍ବରୁ ୧୬ ତାରିଖ ଦିନ ଅଭିଯୁକ୍ତ ରାଜେଶ ମାଁ ଭି ଲକ୍ଷ୍ମୀ ଙ୍କୁ ଫୋନ କରି ଗୈାରି ମିଶ୍ର ହତ୍ୟାକାଣ୍ଡରେ କାମ୍ପ ସାହିର କ୍ରିଷ୍ଣା ଓ ଗୋବିନ୍ଦା (ଜିକେ) ସମ୍ପୃକ୍ତ ଥିବା ଓ ରାଜେଶ ଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ । ତାପର ଠାରୁ ଆଉ ରାଜେଶ ସହ ଯୋଗାଯୋଗ ହୋଇ ନପାରିବାରୁ ଲକ୍ଷ୍ମୀ ପୋଲିସର ଦ୍ବାରସ୍ଥ ହୋଇଥିଲେ । ଶେଷରେ ଗୈାରି ମିଶ୍ର ଓ ରାଜେଶ ହତ୍ୟାକାଣ୍ଡର ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରି ରାୟଗଡ଼ା ପଠାଇଦେଇଛି । ବର୍ତ୍ତମାନ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଓ ସେମାନଙ୍କ ସହଯୋଗିକୁ ମିଶାଇ ମୋଟ ୯ ଜଣକୁ ପୋଲିସ ଗିରଫ କରିଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ ଦୁଇ ଜଣ ଅଭିଯୁକ୍ତ ଫେରାର ଅଛନ୍ତି କିନ୍ତୁ ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଏସ୍ ପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି ।

1 COMMENT

Comments are closed.